ଅନିଶ୍ଚିତତା ଭିତରେ ଧବଳେଶ୍ବର ଙ୍କ ପ୍ରସିଦ୍ଧ ବଡଓଷା ଓ ପଞ୍ଚୁକ ବ୍ରତ,୧୭ ରେ ବଡଓଷା,୧୮ ରେ ଗଜଭୋଗ ବିତରଣ
ଆଠଗଡ(ଉଲାପ୍ର)ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଆଠଗଡର ଆରାଧ୍ୟଦେବ ବାବା ଧବଳେଶ୍ବରଙ୍କ ପୀଠରେ ଆସନ୍ତା ପଞ୍ଚକ ଓ ବଡ୍ଓଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଧବଳେଶ୍ବର ପୀଠରେ ଅନୁଷ୍ଠିତ ହୋଇଯାଇଛି।ଧର୍ମର ମାସ କାର୍ତ୍ତିକ ରେ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବରରେ ବଡଓଷା ଯାତ୍ରା ପାଳନ କରାଯାଇଥାଏ।ଏହି ବଡଓଷାରେ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ।କୋଭିଡ କଟକଣା ପାଇଁ ଗତ ବର୍ଷ ବଡ୍ଓଷା ପ୍ରଶାସନ ପକ୍ଷରୁ ଯାତ୍ରାକୁ ବନ୍ଦ
କରାଯାଇଥିବା ବେଳେ ଚଳିତବର୍ଷ ବଡଓଷା ପାଳନ ହେବକି ନାହିଁ ତାହା ଏବେ ଅନିଶ୍ଚିତତା ଭିତରେ ରହିଛି।ଭକ୍ତଟିଏ ଚାହିଁ ବସିଥାଏ କାର୍ତ୍ତିକ ମାସର ଏହି ଦିନକୁ, କାର୍ତ୍ତିକ ମାସର ତ୍ରୟୋଦଶୀ ତିଥିରେ ବଡ଼ସିଂହାର ବେଶ ସହିତ ଶ୍ରୀ ଦେବଙ୍କ ଗଜଭୋଗ ଲାଗି ହୋଇଥାଏ,ଗତ ଦେଢବର୍ଷ ଧରି କରୋନା କଟକଣା
ଯୋଗୁ ଭକ୍ତ ଧବଳେଶ୍ବର ଙ୍କ ଦର୍ଶନରୁ ବଞ୍ଚିତ ହୋଇଛି,ହେଲେ ଭକ୍ତଙ୍କ ପାଇଁ ଖୁସି ଖବର ହେଲା ଧବଳେଶ୍ୱରଙ୍କୁ ମସ୍ତକ ଉପରେ ସୁନ୍ଦର ଚାନ୍ଦୁଆ ପିତଳ ରେ ନିର୍ମାଣ କରାଯାଇଥିବା ବେଳେ ମନ୍ଦିର ଭିତରକୁ ଦେବୋତ୍ତର ବିଭାଗ ତରଫରୁ ସୁନ୍ଦର କରିଥିବା ଯୋଗୁ ଭକ୍ତ ଚାହିଁ ବସିଥିଲା ଟିକେ ଦର୍ଶନ କରିବାକୁ।ହେଲେ ଆଜିର ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା ପ୍ରଶାସନ ବଡ୍ଓଷା ହେବକି ନାହିଁ ତାହା ନିଷ୍ପତ୍ତି ନେଇ ପାରିନାହିଁ।କେବଳ ବୈଠକରେ ଠାକୁରଙ୍କ ସମସ୍ତ ନୀତିକାନ୍ତି
ନିର୍ଦ୍ଦିଷ୍ଟ ସମୟରେ ରୀତିନୀତି ରେ ହେବ ବୋଲି ନିଷ୍ପତ୍ତି ନେଇଥିବା ଜଣାପଡିଛି।୧୭ ତାରିଖରେ ଧବଳେଶ୍ବର ଙ୍କ ପୀଠରେ ବଡଓଷା ଯାତ୍ରା ଓ ୧୮ ତାରିଖରେ ଗଜଭୋଗ ବିତରଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।ବଡଓଷା ଅନିଶ୍ଚିତତା ଭିତରେ ରହିଥିଲେ ମଧ୍ୟ ମନ୍ଦିରର ପାରିପାର୍ଶ୍ବିକ ଉନ୍ନତି ଠାରୁ ଆରମ୍ଭ କରି ଆଲୋକ ,ପରିମଳ ,ପରିଷ୍କାର ପରିଚ୍ଛନ୍ନତା,ପାନୀୟଜଳ, ମନ୍ଦିରର ରଙ୍ଗ କାର୍ଯ୍ଯ ଠାରୁ ଆରମ୍ଭ କରି ଝୁଲାପୋଲ ର ମରାମତି ଭଳି କାର୍ଯ୍ଯଗୁଡିକ ତୁରନ୍ତ ଶେଷ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।ତେବେ ନଭେମ୍ବର ମାସର ଗାଇଡଲାଇନ ସରକାର ଘୋଷଣା କରିବା ପରେ ଧବଳେଶ୍ବର ପୀଠରେ ବଡ୍ଓଷା ଓ ପଞ୍ଚକଯାତ୍ରା ହେବକି ନାହିଁ ନିଷ୍ପତ୍ତି ନିଆଯିବ।ସେହିପରି ପୂଜକ ସମାଜ ପକ୍ଷରୁ କାର୍ତ୍ତିକ ମାସରେ ଠାକୁରଙ୍କ ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ କରାଯିବ।ପହିଲି ପଞ୍ଚୁକ ଓ ଦିତୀୟ ଦିନରେ ଠାକୁରଙ୍କ ଚନ୍ଦ୍ରମ୍ଉଳି ବେଶ ତ୍ରୟୋଦଶୀ ରେ ବଡସିଂହାର ବେଶ ଓ ଗଜଭୋଗ ବିତରଣ ଦିନ ହରିହର ବେଶ ଓ କାର୍ତ୍ତିକ ପୂର୍ଣ୍ଣିମା ରେ ଯୋଗୀବେଶରେ ମହାପ୍ରଭୁଙ୍କ ବେଶ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।ତେବେ ଏହି ପଞ୍ଚକ ପାଞ୍ଚଦିନ ରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ ତେବେ କୋଭିଡ କଟକଣା ସମୟରେ ପ୍ରଶାସନ ନଭେମ୍ବର ମାସର ଗାଇଡଲାଇନ ଆସିବାପରେ ନିଷ୍ପତ୍ତି ନେବେ।ଏହି ବୈଠକରେ କଟକ ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀ ଯୋଗଦେଇଥିଲେ ।
Odia 













































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































