ଟିକାବାଲି ବ୍ଲକ ରେ ୨୩୦ ମହିଳା ଏସ.ଏଚ ଜିଙ୍କୁ ଋଣ ପ୍ରଦାନ
ଫୁଲ ବାଣୀ-୨୭/୧୦(ସୁନୀଲପଟନାୟକ)
ମହିଳାମାନଙ୍କ ସ୍ଵାବଲମ୍ବୀ କରିବାପାଇଁ ସରକାର ବଦ୍ଧପରିକର । ମହିଳାମାନେ ଏଣିକି ଆଉ ଘର କୋଣରେ ନ ରହି ଆତ୍ମନିର୍ଭରଶୀଳ ହୋଇ ସମାଜର ମୁଖ୍ୟସ୍ରୋତରେ ଯେପରିସାମିଲ ହୋଇପାରିବେ ସେଥିପାଇଁ ସରକାର ମହିଳା ଏସ ଏଚ୍ ଜିଙ୍କୁ ଋଣ ପ୍ରଦାନ କରୁଛନ୍ତି । ମଙ୍ଗଳବାର କନ୍ଧମାଳ ଜିଲା ଟିକାବାଲି ବ୍ଳକ ପକ୍ଷରୁ ବ୍ଲକ ପରିସରରେଏକ
ମେଗା ସମନ୍ନୟମେଳାଅନୁଷ୍ଠିତ ହୋଇଥିଲା।ବିଡିଓ ଫକିରଚରଣପରୀଡ଼ା ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ ବ୍ଲକ ଅଧ୍ୟକ୍ଷା ଶ୍ରୀମତି ସୁଚିତ୍ରା ପ୍ରଧାନ, ସମ୍ମାନିତ ଅତିଥିଭାବେ ଯୋଗଦେଇଥିବା ବେଳେ ଏଲଡ଼ି ଏମକଳ୍ପତରୁ ସ୍ଵାଇଁ, ମିଶନ ଶକ୍ତି ଜିଲ। ପ୍ରକଳ୍ପ ଅଧିକାରୀ ସୁନୀଲ ନା ଏକ, ଜିବିକ।ମିଶନ ଡ଼ିପି ଏମ ସନ୍ତୋଷ ରଥ, ସିଡି ପିଓ ପାନ ମଣିହାଁ ସଦା,ପିଏସିତାରାମ ତିର୍କୀ, ବିପିସି ମିଖାଏଲ ପ୍ରଧାନ ପ୍ରମୁଖ ଯୋଗ ଦେଇ ୧୧ଟି ପଞ୍ଚାୟତର ୨୩୦ ମହିଳା ଏସ ଏଚ୍ ଜିକୁରଣ ପ୍ରଦାନ କରିଥିଲେ । ଏହିରଣ ଅର୍ଥକୁ ସଠିକ ବିନିଯୋଗ କରି ଲାଭବାନ ହେବା ସହ ରଣ କିସ୍ତି ମଧ୍ୟ ଠିକ ସମୟରେ ପରିସୋଧ କରିବାକୁ ପରାମର୍ଶ ନେଇଥିଲେ । ଏହି କାର୍ଯ୍ୟକ୍ରମକୁ ବିପିଏମ ଭାଗିରଥି ପୃଷ୍ଟି ସୁଚାରୁ ରୁପେ ପରିଚାଳନା କରିଥିଲେ ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































