ମମତା ମେହେର ହତ୍ୟାକାଣ୍ଡ ନେଇ ଉପଜିଲାପାଳଙ୍କ ଅଫିସ ଘେରିଲା ଆଠଗଡ କଂଗ୍ରେସ, ମନ୍ତ୍ରୀଙ୍କ କୋକେଇ ଶୋଭାଯାତ୍ରା
ଆଠଗଡ(ଉଲାପ୍ର)ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାରେ ସଂପୃକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର, ମୃତକ ପରିବାରକୁ ୨ କୋଟି ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ଓ ଘଟଣାର ସିବିଆଇ ତଦନ୍ତ ଦାବୀକରି ଆଜି ଆଠଗଡ ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ପକ୍ଷରୁ ଉପଜିଲ୍ଲାପାଳ ଙ୍କ ଜରିଆରେ ରାଜ୍ୟପାଳ ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରା ଯିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶ ପୁତ୍ତଳିକା ଦାହ କରା ଯାଇଥିଲା। ପୂର୍ବତନ ବିଧାୟକ ଉମ୍ମା ବଲ୍ଲଭ ରଥଙ୍କ ନେତୃତ୍ୱରେ ଆଠଗଡ କଂଗ୍ରେସ କାର୍ଯ୍ୟାଳୟ ରୁ ଏକ ଶୋଭା ଯାତ୍ରାରେ ଦଳୀୟ ନେତା ,କର୍ମୀ ଓ ସମର୍ଥକ ମାନେ ଯାଇ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ
ସମ୍ମୁଖରେ ସରକାରୀ ବିରୋଧୀ ବିଭିନ୍ନ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସୂଚନା ଯୋଗ୍ୟ ଯେ,କଳାହାଣ୍ଡି କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗ ସ୍ଥିତ ସନସାଇନ ପବ୍ଲିକ ସ୍କୁଲ ଓ କଲେଜର ଅଧ୍ୟକ୍ଷା ମମିତା ମେହରଙ୍କ ଅପହରଣ ଓ ହତ୍ୟା ଘଟଣାକୁ ରାଜ୍ୟ ସରକାର ହାଲକା ଭାବରେ ଗ୍ରହଣ କରିଛନ୍ତି।ଏକ ସମ୍ବେଦନଶୀଳ ତଥା ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡ ର ନିରପେକ୍ଷ ତଦନ୍ତ ସହ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରି ତାଙ୍କୁ ତଦନ୍ତ ପରିସର ଭୁକ୍ତ କରିବା ପାଇଁ ଦାବି କରା ଯାଇଛି। ଫାଷ୍ଟଟ୍ରାକ କୋର୍ଟରେ ଏହାର ବିଚାର କରାଯାଇ ୩ ମାସ ମଧ୍ୟରେ ମାମଲାର ବିଚାର ସାରିବା ଓ ସିବିଆଇ ଦ୍ବାରା ସମସ୍ତ ଘଟଣାର ତଦନ୍ତ ପାଇଁ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିବା ସ୍ମାରକ ପତ୍ରରେ କଂଗ୍ରେସ ଦାବୀ କରିଛି। ଏହି କାର୍ଯ୍ୟକ୍ରମ ରେ ଆଠଗଡ ବ୍ଲକ କଂଗ୍ରେସ ସଭାପତି ସୁଦର୍ଶନ ସାହୁ ,ନଗର ସଭାପତି ସୋମନାଥ ଭକ୍ତା, ତିଗିରିଆ ବ୍ଲକ ସଭାପତି ସୋମନାଥ ଦାସ, କଟକ ଜିଲ୍ଲା କଂଗ୍ରେସ ର ଉପସଭାପତି ମେହେବୂବ ଅହମଦ ଖାଁ, ମାନସ ରଞ୍ଜନ ପଟ୍ଟନାୟକ, ମନୋରଞ୍ଜନ ଦାଶ,ମନୋରଞ୍ଜନ ପଟ୍ଟନାୟକ , ପ୍ରଶାନ୍ତ କୁମାର ବେହେରା , ଶ୍ରିତମ ଦାସ , ଅଭିନାଶ ପ୍ରଧାନ , ରାହୁଲ କୁମାର ସାହୁ, ବିଶାଳ ପରିଡା, ସୋମ୍ୟ ରଞ୍ଜନ ବର୍ମା , ସୁଯ୍ୟକାନ୍ତ ମହାପାତ୍ର ,ଧରଣୀଧର ବେହେରା ପ୍ରମୁଖ ଯୋଗଦେଇଥିଲେ।
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































