ଭିନ୍ନକ୍ଷମ ସାର୍ଟିଫିକେଟ ପ୍ରଦାନରେ ତୃଟି ନବୋଦୟ ନାମଲେଖାରୁ ବଞ୍ଚିତ
ଫୁଲ ବାଣି-୨୮/୧୦(ସୁନୀଲପଟନାୟକ)
ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଙ୍କ ତୁଟିପୂର୍ଣ୍ଣ କାର୍ଯ୍ୟ, ଅବହେଳା ଦାୟୀତ୍ଵହୀନତା ଯୋଗୁଁ ଜଣେ ଛାତ୍ର ନବୋଦୟସୁଲରେ ନାମ ଲେଖାରୁ ବଞ୍ଚିତ ହୋଇଛନ୍ତି । ଛାତ୍ର ଜଣକ ହେଉଛନ୍ତି କନ୍ଧମାଳ ଜିଲ୍ଲା ବାରିଙ୍ଗବାଡି ବ୍ଲକ୍ ଦାସିଙ୍ଗବାଡିର ବ୍ରଜକିଶୋର ପଟନାୟକଙ୍କ ପୁଅ ସମ୍ବିତ ପଟ୍ଟନାୟକ ।
ଏ ନେଇ ଗୁରୁବାର ଫୁଲବାଣୀ
ସ୍ଥିତ ଜିଲ୍ଲା ସଦରମହକୁମା ଡ଼ାକ୍ତରଖାନାରେ ଅନୁଷ୍ଠିତ ମେଡିକାଲ ବୋର୍ଡ ନିକଟରେ ଗୁହାରୀ କରିଥିଲେ ମଧ୍ୟ ଫଳ ଶୁନ । ଆଶ୍ଚର୍ଯ୍ୟର କଥା ଏହି କି ଯେ, ସମ୍ବିତ ଖେଳୁ ଥିବାବେଳେ ଡ୍ରେନ ରେ ପଡିଯିବା ଫଳରେ ତାର ଡ଼ାହାଣହାତ ଭାଙ୍ଗିଯାଇଥିଲା। ଫଳରେ ସମ୍ବିତ ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ ଜିଲ୍ଲା ସଦରମହକୁମା ଡ଼ାକ୍ତରଖାନାକୁ ଯାଇଥିଲା ଆଉ ମେଡିକାଲ କତୃପକ୍ଷ ସମ୍ବିତ ରଶରୀରର ୪୫ ପ୍ରତିଶତ
ଭିନ୍ନକ୍ଷମ ପ୍ରମାଣପତ୍ର ଦେଇଥିଲେ ତେବେ ଡାହାଣହାତଲେଖିବା ବଦଳରେ ବାମ ଗୋଡ ବୋଲି ଲେଖି ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଗତ ୩୦.୧୨.୨୦୧୬ରୁ ଏଭଳି ପ୍ରମାଣପତ୍ର ଦେଇଥିଲେ ମଧ୍ୟ ସମ୍ବିତ ର ବାପା ଏହାକୁ ସଂଶୋଧନ କରି ବାମ ଗୋଡ ବଦଳରେ ଡ଼ାହାଣ ହାତଲେଖିବା ଲାଗି ବ୍ଳକରୁ ଆରମ୍ଭ କରି ସିଡିଏମଓ ଯାଏ ଦଉଡି ଦଉଡି ହତାଶ ହୋଇଥିଲେ ମଧ୍ୟ ଆଜି କୁ୬ ବର୍ଷ ହେଲାଣି ସଂଶୋଧନ ହୋଇପାରୁ ନଥିବା ବାପା ବ୍ରଜକିଶୋର ଅଭିଯୋଗ କରିଛନ୍ତି ।
ତେବେ ଏହି ଭୁଲ ଜାଣତରେ ହୋଇଛି କି ଅଜାଣତରେ ହୋଇଛି ଜଣାପଡିନଥିଲେ ମଧ୍ୟ ଏହା ର ଶିଘ୍ର ସଂଶୋଧନ ନ ହେଲେ ସମ୍ବିତ ନବୋଦୟ ରେ ନାମଲେଖାରୁ ଯେ ବଞ୍ଚିତ ହେବ ଏଥିରେ ସନ୍ଦେହ ନାହିଁ। ତେବେ ଏନେଇ ଗଣମାଧ୍ୟମ ପ୍ରତିନିଧିମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାରାଜଶ୍ରୀ ପଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସେ ଅତି ଶିଘ୍ର ଭୂଲ ସଂଶୋଧନ କରିଦେବେ ବୋଲି
ପ୍ରତିଶୃତି ଦେଇଛନ୍ତି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































