ମମିତା ମେହେରା ହତ୍ୟାକାଣ୍ଡ ଘଟଣାରେ ଡ଼ିଏସପି ଅଫିସ ଆଠଗଡ ଥାନା ଘେରିଲା ବିଜେପି,କୋକେଇ ଶୋଭାଯାତ୍ରା ସହିତ କୁଶ ପୁତଳିକା ଦାହ କଲା ମନ୍ତ୍ରୀଙ୍କର
ଆଠଗଡ(ଉଲାପ୍ର)ବହୁ ଚର୍ଚ୍ଚିତ ମମିତା ମେହର ହତ୍ୟାକାଣ୍ଡ ଘଟଣା କୁ ନେଇ ଏବେ ସାରା ରାଜ୍ୟରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ପରିବାରକୁ ନ୍ୟାୟ ଦେବାପାଇଁ ଉଠୁଛି ପଡୁଛି।ଆଜି ଆଠଗଡ ବିଜେପି ପକ୍ଷରୁ ବଡମ୍ବା ନରସିଂହପୁର ବିଜେପି ନେତା ବିଜୟ ଦଳ ବେହେରାଙ୍କୁ ପୋଲିସ ତୁରନ୍ତ ଖଲାସ କରିବା ଦାବୀ ଓ ମମିତା ମେହର ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ମନ୍ତ୍ରୀ ପଦରୁ ଇସ୍ତଫା ଓ ଘଟଣାର ସିବିଆଇ ତଦନ୍ତ ଦାବୀ ନେଇ ବିଜେପି ପକ୍ଷରୁ ଆଠଗଡ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଙ୍କ
କାର୍ଯ୍ଯାଳୟ ଓ ଆଠଗଡ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଜେପି ନେତା ବଜେନ୍ଦ୍ର ରାୟଙ୍କ ନେତୃତ୍ଯରେ ଶତାଧିକ ବିଜେପି କର୍ମୀ ସ୍ଥାନୀୟ ବିଜେପି କାର୍ଯ୍ଯାଳୟରୁ ଏକ ଶୋଭାଯାତ୍ରାରେ ବାହାରି ଆଠଗଡ ସହର ପରିକ୍ରମା କରି ପ୍ରଥମେ ଆଠଗଡ ଉପଖଣ୍ଡ ଆରକ୍ଷୀ ଅଧ୍ୟକ୍ଷକଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବଡମ୍ବା ବିଜେପି ନେତା ବିଜୟ ଦଳ ବେହେରାଙ୍କୁ ପୋଲିସ କୈଣସି କାରଣ ନଥାଇ ଗିରଫ କରିଥିବା ବେଳେ ତାଙ୍କୁ ତୁରନ୍ତ ଖଲାସ କରିବା ନେଇ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ପରେ ଆଠଗଡ ଥାନା ସମ୍ମୁଖରେ ମମିତା ମେହର ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଓ ଓ ସିବିଆଇ ତଦନ୍ତ ଦାବୀ ନେଇ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ବିଜେପି କର୍ମୀମାନେ।ପରେ ଆଠଗଡ ଥାନା ଅଧିକାରୀ ଙ୍କୁ ମନ୍ତ୍ରୀ ଙ୍କୁ ଗିରଫ କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ।ଶେଷରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶପୁତ୍ତଳିକା ଓ ଶବ ସତ୍କାର କରିଥିଲେ।ଜଦି ସରକାର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର ନକରନ୍ତି ତେବେ ଆଗକୁ ପରିସ୍ଥିତି ଭୟାନକ ହେବ ବୋଲି ଚେତାବନୀ ଦେଇଛନ୍ତି।ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାପତି ଜାଞ୍ଜସିନୀ ଜେନା ବଜେନ୍ଦ୍ର ରାୟଙ୍କ ସମେତ ବହୁ ବିଜେପି କର୍ମୀ ଯୋଗ ଦେଇଥିଲେ।
ଅନ୍ୟପଟେ ଦିନଥିଲା ଆଠଗଡର ବିଧାୟକ ତଥା ଏବେକାର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସେତେବେଳେ ଜାନକୀବଲ୍ଲଭ ପଟ୍ଟନାୟକଙ୍କୁ ନିର୍ବାଚନରେ ହରାଇବା ପାଇଁ ଅଞ୍ଜନା ମିଶ୍ରଙ୍କୁ ଆଠଗଡର ଗଳିକନ୍ଦିରେ ବୁଲାଇ ଲୋକଙ୍କୁ ଭୋଟ ଭିକ୍ଷା କରିଥିବା ବେଳେ ଏବେ କାହିଁକି ମମିତା ମେହେର ପାଇଁ ପଦୁ
ଟିଏ ମୁହଁ ଖୋଲୁ ନାହାଁନ୍ତି ବୋଲି ବିଜେପି ଅଭିଯୋଗ ଆଣିଛି।
ମମିତା ମେହର ହତ୍ୟାକାଣ୍ଡ ଘଟଣାକୁ ନେଇ ସାରା ରାଜ୍ୟ ଏବେ ପଡୁଛି ଉଠୁଛି ହେଲେ ସରକାର ନିଦା ବିଷ୍ଣୁ ପାଲଟିଛନ୍ତି ।ତେବେ ମମିତା ଙ୍କୁ କେବେ ନ୍ଯାୟ ମିଳୁଛି ନା ପରୀ କୁନ୍ଦୁଲି ବେବିନା ପରି ମମିତା ନ୍ଯାୟ ପାଇବାରୁ ବଞ୍ଚିତ ହେବେ ତାହା ଦେଖିବାକୁ ରହିଲା।
Odia 











































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































