ଗଡଜାତ ପରିକ୍ରମା ତରଫରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସରେ ମାଲ୍ୟାର୍ପଣ
ଆଠଗଡ(ଉଲାପ୍ର)ଆଜି ଥିଲା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସ,ଆଠଗଡ ପାଇଁ ଚିନ୍ତା କରୁଥିବା ଓ ଲେଖୁଥିବା ସ୍ବେଛାସେବୀ ସଙ୍ଗଠନ ଗଡଜାତ ପରିକ୍ରମା ତରଫରୁ ସ୍ମୃତିପୀଠ ଠାରେ ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଗଲା,ଆଠଗଡ ରେ ପୁଯ୍ୟପୂଜାକୁ ଆମ ଅନୁଷ୍ଠାନ ସମ୍ମାନ ଦେଉଛି ଏହା କିଛି ନୂଆକଥା ନୁହେଁ।ନୂଆକଥା ହେଲା ଆଜିର ଦିନରେ ଇନ୍ଦିରା ଗାନ୍ଧୀଙ୍କୁ ପ୍ରଶାସନ ଭୁଲିଗଲା,ଯୋଉ ଏନଏସି ପ୍ରତିମୂର୍ତ୍ତି ବସାଇଛି ସିଏ ବି ଭୁଲିଗଲା ଫୁଲମାଳ ଟିଏ ଦେବାକୁ,ଏହା ବ୍ୟତୀତ କଂଗ୍ରେସ ଦଳ ମଧ୍ୟ ଫୁଲମାଳ ଟିଏ ଦେଇପାରିଲା ନାହିଁ।ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ କଥା ହେଲା ଗଡଜାତ ପରିକ୍ରମା ତରଫରୁ ଯେତେବେଳେ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତ ରେ ଫୁଲ ମାଳ ଦିଆଯାଉ ଥିଲା ସେହି ସମୟରେ ଆଠଗଡ ବିଧାୟକ ଦଳବଳ
ସହିତ ସେହି ରାସ୍ତାଦେଇ ଯାଉଥିଲେ ମଧ୍ୟ ସେ ମଧ୍ୟ ଫୁଲମାଳ ଟିଏ ଦେବାକୁ ଆସିଲେ ନାହିଁ ସ୍ମୃତିପୀଠ କୁ,ଆଜିର ଏହି ଘଟଣା ଗଡଜାତ ପରିକ୍ରମାର ସମସ୍ତ ସଭ୍ୟଙ୍କୁ ଦୁଃଖ ଦେଇଥିବା ବେଳେ ଆମ ଅନୁଷ୍ଠାନ ଆଜି ନିଷ୍ପତ୍ତି ନେଇଛି ଆସନ୍ତା ଶିଶୁ ଦିବସ ପୂର୍ବରୁ ସ୍ମୃତିପୀଠ ରେ ଥିବା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ,ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ,ଗୋପବନ୍ଧୁ ଦାସ,ବାଦଲ ରଥଙ୍କ ମୂର୍ତ୍ତି ଉପରେ ସେଡ କରାଯିବ ଏବଂ ମୂର୍ତ୍ତି ଗୁଡିକୁ ରଙ୍ଗ କରାଯିବ,ଗଡଜାତ ପରିକ୍ରମା ପୁଯ୍ୟପୂଜାକୁ ସମ୍ମାନ ଦେଇ ଆସିଛି ଆଗକୁ ସମ୍ମାନ ଦେଇ ଚାଲିଥିବ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































