ଇନର ହୁଇଲ କ୍ଲବ ତରଫରୁ ବିଏମଡି ଟେଷ୍ଟ ଅନୁଷ୍ଠିତ
ଆଠଗଡ(ଉଲାପ୍ର)ଆଠଗଡ ଇନର ହୁଇଲ କ୍ଲବ ତରଫରୁ ଡାକ୍ତର ଭୁବନାନନ୍ଦ ଦାସଙ୍କ କ୍ଲିନିକ ଠାରେ ଆଣ୍ଠୁଗଣ୍ଠି ରୋଗରେ ପୀଡିତ ଥିବା ରୋଗୀ ମାନଙ୍କର କମ୍ପୁଟର ଜରିଆରେ ବିଏମଡି ଟେଷ୍ଟ କରାଯାଇ ଏହାର ଉପଶମ ପାଇଁ ଔଷଧ ଖାଇବାକୁ ପରାମର୍ଶ ଦିଆଯାଇଛି।ଇନର ହୁଇଲ କ୍ଲବ ର ସଭାପତି ନିରଜ ନଳିନୀ ବେହେରାଙ୍କ ଉଦ୍ୟମରେ ସମ୍ପାଦିକା ରାଜେଶ୍ୱରୀ ଗୋସ୍ୱାମୀଙ୍କ ସହିତ ଇନର ହୁଇଲ କ୍ଲବର ସଦସ୍ୟ ପୁଲିନ ମିଶ୍ର,କଳ୍ପଳତା ଦାଶ, ମଂଜୁଲତା ମହାଳିକ,ଦୀପାଳି ଦାଶ, ମଞ୍ଜୁଳା ଦାସ,ଯସ୍ମୀନ ପଟ୍ଟନାୟକ ପ୍ରମୁଖ କ୍ଲବର ୨୦ ରୁ ଅଧିକା କର୍ମକର୍ତାଙ୍କ ସହିତ ୫୦ ରୁ ଅଧିକ ରୋଗୀ ଏହି ବିଏମଡି ଟେଷ୍ଟ କରିଥିଲେ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































