ଫୁଲବାଣୀ ସର୍କିଟ ହାଉସରେ ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ,
ଫୁଲ ବ।ଣୀ- (ସୁନୀଲପଟ୍ଟନାୟକ)
ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ । ଆଜି ସକାଳୁ ସ୍ଥାନୀୟ ସର୍କିଟ ହାଉସରେ ହଠାତ ଅସୁସ୍ଥ ଅନୁଭବ କରିଥିଲେ । ଫଳରେ କ୍ଷଣାତ ଡାକ୍ତରି ଦଳ ପହଞ୍ଚି ସ୍ୱାସ୍ଥ୍ୟପରୀକ୍ଷା କରିବା ସହ ଚିକତ୍ସା କରୁଛନ୍ତି। ସେ ନିଶ୍ଵାସ ନେବାରେ କଷ୍ଟ ଅନୁଭବ କରୁଥିବା ଜଣାପଡିଛି । ଡାକ୍ତରଙ୍କ ପରାମର୍ଶକ୍ରମେ ଆମ୍ବ ଲାନ୍ସ ଯୋଗେ ଭୁବନେଶ୍ଵର ନେବାଲାଗି ପରାମର୍ଶ ଦେଇଥିବା ଜଣା ପଡିଛି । କନ୍ଧମାଳ ଜିଲ୍ଲାପାଳ ଡାବୃନ୍ଦ । ଡି.ଏ ସପି ଭିନିତ ଅଗରୱାଲ, ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏ ,ଗ୍ରାମ୍ୟପାନୀୟ ଜଳ ବିଭାଗ ଏ ସଇ ,ଇଂ ସନ୍ତୋଷ କୁମାର କରଙ୍କ ସମେତ ବହୁ ବରୀଷ୍ଠ ଅଧିକାରୀ ଓ ଡାକ୍ତରମାନେ ଉପସ୍ଥିତ ରହି ସ୍ୱାସ୍ଥ୍ୟ ଅବସ୍ଥା କଥା ବୁଝୁଛନ୍ତି।
ସୂଚନାଯୋଗ୍ୟଯେ, ଶୁକ୍ରବାର୪ଦିନିଆ କନ୍ଧମାଳ ଗସ୍ତରେ ଆସି. ମନ୍ତ୍ରୀ ଜେନା ଦାରିଙ୍ଗବାଡି, କୋଟଗଡ ,ତୁମୁଡିବନ୍ଧ ବାଲିଗୁଡ଼ାରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବାପରେ ଶନିବାର ଫୁଲ କାଶୀ ସର୍କଟ ହାଉସରେ ପହଞ୍ଚିଥିଲେ। ଆଜି ରବିବାର ଚକାପାଦ ଶଙ୍କରା ଖୋଲ, ବସ୍ତିଙ୍ଗିଆ, ଗଞ୍ଜ ଗୁଡ଼ା ଆଦି ଗ୍ରସ୍ତ କରି ବିଭିନ୍ନ ଉନ୍ନୟନ୍ନ ପ୍ରକଳ୍ପ ଉଦଘାଟନ କରିବାର ଥିଲା। ଆସନ୍ତାକାଲିଫିରିଙ୍ଗିଆ ବ୍ଲ୍କକରେ କାର୍ଯ୍ୟକ୍ରମ ଥିଲାI ତେବେ ମନ୍ତ୍ରୀ ଜେନାଙ୍କସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି । ଆଗକୁପଞ୍ଚାୟତ ନିର୍ବାଚନ ଥିବାରୁ ପଞ୍ଚାୟତରାଜ, ପାନୀୟଜଳ , ନଗର ଉନ୍ନୟନ୍ନମନ୍ତ୍ରୀ ପ୍ରତାପ ଜେନା କ’ନ୍ଧମାଳ ଜିଲ୍ଲା ବିଜେଡି ସାଂଗଠନିକ ଦୀୟୀତ୍ଵରେ ଥିବାରୁ ୪ ଦିନିଆ ଗ୍ରସ୍ତ ରେ ଆସିଥିଲେ । ତେବେ ଅତ୍ୟଧିକ ପରିଶ୍ରମ ଓ ଚାପ ଯୋଗୁଁ ସେ ରବିବାର ସକାଳୁ ଅସୁସ୍ଥ ହୋଇପଡିଥିବା କୁହାଯାଉଛି ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































