ଆଠଗଡ ଉପଜିଲାପାଳ ଭାବେ ଯୋଗଦେଲେ ହେମନ୍ତ ସ୍ୱାଇଁ
ଆଠଗଡ(ଉଲାପ୍ର)ଆଠଗଡ ର ଉପଜିଲାପାଳ ଭାବେ ଯୋଗଦେଇଛନ୍ତି ହେମନ୍ତ କୁମାର ସ୍ୱାଇଁ,ଆଠଗଡ ଉପଜିଲାପାଳ ଅଜାମ୍ବର ମହାନ୍ତିଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବା ପରେ ଉପଜିଲ୍ଲାପାଳ ଙ୍କ ଅଫିସ ପକ୍ଷରୁ ସ୍ୱାଗତ କରାଯାଇଥିଲା,ଆଠଗଡ ର ନୂତନ ଉପଜିଲାପାଳ ହେମନ୍ତ କୁମାର ସ୍ବାଇଁଙ୍କୁ ଗଡଜାତ ପରିକ୍ରମା ତରଫରୁ ସ୍ୱାଗତ ପୁଷ୍ପଗୁଛ ପ୍ରଦାନ କରାଯାଇ ସ୍ୱାଗତ କରାଯାଇଛି ଏବଂ ପୂର୍ବତନ ଉପଜିଲାପାଳ ଅଜାମ୍ବର ମହାନ୍ତି ସମ୍ବଲପୁର ଏଡିଏମ ଭାବେ ପଦୋନ୍ନତି ପାଇଥିବାରୁ ତାଙ୍କୁ ମଧ୍ୟ ଅନୁଷ୍ଠାନ ତରଫରୁ ପୁଷ୍ପଗୁଛ ପ୍ରଦାନ କରାଯାଇଥିଲା, ସଭାପତି ପ୍ରାଣକୃଷ୍ଣ ଦାଶ, ଉପସଭାପତି ସୁରେଶ ଚନ୍ଦ୍ର ପରିଡା,ସମ୍ପାଦକ ଲଲାଟେନ୍ଦୁ ସେନାପତି,ତ୍ରିଲୋଚନ ବେହେରା,ସର୍ବେଶ୍ୱର ପଣ୍ଡା,ସନ୍ତୋଷ ବାରିକ,ବିଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ,ଆଠଗଡ ଉପଜିଲାପାଳ ହେମନ୍ତ କୁମାର ସ୍ୱାଇଁ ଏହା ପୂର୍ବରୁ ଯୋଗଣମନ୍ତ୍ରୀଙ୍କ osd ଥିଲେ ତା ପୂର୍ବରୁ ସେ ଆଠଗଡ ବିଡ଼ିଓ ଥିଲେ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































