ବିଶ୍ଵ ମିତବୟତା ଦିବସ ପାଳିତ
ବରଗଡ଼ ୩୧/୧୦(ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ବିଶ୍ଵ ମିତ ବ୍ୟୟତା ଦିବସ ପାଳିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଫିସ ର ଅଧିକାରୀ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଆଜି ର ଦିବସ ରେ ମିତ ବ୍ୟୟି ହୋଇ ସଂଚୟ କରନ୍ତୁ।ଅଯଥା ଖର୍ଚ୍ଚ ରୁ ଦୂରେଇ ରହନ୍ତୁ, ଏହି ବାର୍ତ୍ତା ସଂପର୍କ ରେ ସଚେତନତା ସୃଷ୍ଟି ପାଇଁ ଏକ ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଯେ କୌଣସି ସନ୍ଦିଗ୍ଧ ଅର୍ଥ ଲଗାଣ କାରୀ ସ°ସ୍ଥା ଠାରୁ ଦୂରରେ ରହି ସ୍ବୀକୃତି ପ୍ରାପ୍ତ ରାଷ୍ଟ୍ରୀୟ ବ୍ୟାଙ୍କ କିମ୍ବା ଡାକଘରେ ନିଜ କଷ୍ଟ ଉପାର୍ଜିତ ଅର୍ଥ ସଂଚୟ କରନ୍ତୁ ବୋଲି ସେ କହିଥିଲେ। ଜିଲ୍ଲା ସ୍ଵଳ୍ପ ସଂଚୟ ଅଧିକାରୀ ନୀଳାଚଳ ସେଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































