ଭବିଷ୍ୟତ ନିଧି ଅବସରପ୍ରାପ୍ତ କର୍ମଚାରୀ ସଂଘର ଆନ୍ଦୋଳନ ଚେତାବନୀ
ଫୁଲବାଣୀ (ସୁନୀଲ ପଟନାୟକ )
ସରକାରଙ୍କ ବୈମାତୃକ ମନୋଭାବ ନେଇ ଭବିଷ୍ୟନିଧି ଅବସରପ୍ରାପ୍ତ କର୍ମଚାରୀ ସଂଘ କନ୍ଧମାଳ ର ଏକ ବୈଠକ ମାଷ୍ଟରପଡା ଫୁଲବାଣୀଠାରେ ଅନୁଷ୍ଠିତ ହୋଇଯାଇଛି ।ସରକାର ଭବିଷ୍ୟନିଧି ଅବସରପ୍ରାପ୍ତ କର୍ମଚାରୀ ଙ୍କୁ ମାସିକ ତିନି ହଜାର ଟଙ୍କା ପେନସନ ଦେଉଥିବା ବେଳେ ସେହି ସମାନ କାମ କରିଥିବା ଅନ୍ୟ ଅବସରପ୍ରାପ୍ତ କର୍ମଚାରୀଙ୍କୁ ୨୦-୨୫ହଜାର ପେନସନ ଦେଉଥିବା ଅଭିଯୋଗ କରିଛନ୍ତି ଇପିଏଫ ବା ଭବାଷ୍ୟନିଧି ପେନସନ ପାଉଥିବା କର୍ମଚାରୀ।ତିନି ହଜାର ଟଙ୍କାରେ ପରିବାର ପ୍ରତିପୋଷଣ କରିବା ସମ୍ଭବ ହେଉନଥିବାରୁ ସରକାରଙ୍କ ଦ୍ୱାରସ୍ଥ ହେଉଛନ୍ତି। ମାତ୍ର ସରକାର କର୍ଣ୍ଣପାତ କରୁନାହାନ୍ତି। ମାତ୍ର ଅଧିକ ପେନସନ ପାଉଥିବା ଅବସରପ୍ରାପ୍ତ କର୍ମଚାରୀଙ୍କର ନିୟମିତ ବ୍ୟବଧାନରେ ପେନସନ ବୃଦ୍ଧି ମଧ୍ୟ ହେଉଛି। ଦେଶରେ ପ୍ରାୟ ୭୦ଲକ୍ଷ ଭବିଷ୍ୟନିଧି ପେନସନ ପାଉଥିବା କର୍ମଚାରୀଙ୍କ ପରିବାର ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି।ଦେଶର ଗୋଟିଏ ଆଇନରେ କେତେ ପାତର ଅନ୍ତର ତାହା ଆପଣମାନେ ଅନୁସଂନ୍ଧାନ କରନ୍ତୁ।ଆଗାମି ଦିନରେ ଆନ୍ଦୋଳନ କରିବାକୁ ସଂଘ ପ୍ରସ୍ତୁତ ହେଉଥିବା ରାଜ୍ୟ ସଂମ୍ପାଦିକ ଭାଗ୍ୟଧର ଜେନା ସୁଚନା ଦେଇଛନ୍ତି।ଆଜିର କାର୍ଯ୍ୟକ୍ରମରେ କନ୍ଧମାଳ ଅବସରପ୍ରାପ୍ତ ଇପିଏଫ ସଂଘର ସଭାପତି ସଂମ୍ପାଦକ ଓ କର୍ମକର୍ତ୍ତା ମାନେ ବୈଠକରେ ଯୋଗ ଦେଇ ମୂଲ୍ୟବାନ ମତାମତ ଦେଇଥିବା ସଦସ୍ୟ ରଘୁନାଥ ରାଇ ସୁଚନା ଦେଇଥିଲେ।ସରକାର ଅବସରପ୍ରାପ୍ତ ଭବିଷ୍ୟନିଧି କର୍ମଚାରୀ ଙ୍କ ପ୍ରତି ଦୃଷ୍ଟି ଦେବାକୁ ଦାବୀ କରାଯାଇଛି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































