ଦୁର୍ଗମ ଅଞ୍ଚଳରେ ଆଇନ ସଚେତନତା ଶିବୀର
ଫୁଲବାଣୀ-(ସୁନୀଲ ପଟନାୟକ)
କନ୍ଧମାଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଦୁର୍ଗମ ତଥା ମାଓ ଇଲାକା ଭାବରେ ପରିଚିତ ଖଜୁରୀପଡ଼ା ବ୍ଳକ ଅନ୍ତର୍ଗତ ଡ଼ଙ୍ଗା ବିଲାବାଡି ପଞ୍ଚାୟତରେ ଏକ ଆଇନ ସଚେତନଶିବିର ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ଆୟୋଜିତ ସଭାରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ପତଞଳୀ ସାହୁ ଯୋଗ ଦେଇ ଗରୀବ ଲୋକେ କିପରି ମାଗଣାରେଆଇନର ସହାୟତା ପାଇପାରିବେ ସେନେଇ ଲୋକଙ୍କୁ ବୁଝ।ଇଥିଲେ । ବିଭିନ୍ନ ସମୟରେ ଲୋକେ ଉଚିତ ଆଇନ ସେବା ନ ପାଇ ହଇରାଣ ହେଉଥି6ଲ।ସେମାନଙ୍କୁ ମହିଳା ଆଇନ, ନାଗରୀକ ସାମ୍ବିଧାନିକ ଅଧିକାର, ପରି ୧୧ଟି ଆଇନ ବିଷୟରେ ଲୋକକୁ ସଚେତନ କରାଇଥିଲେ ।
ସେହିପରି ଲୋକେ ସ୍ଵାଧୀନତାର ୭୪ ବର୍ଷ ପରେ ବି ଗ୍ରାମକୁ ଭଲରାସ୍ତାନ ଥିବା, ବିଦ୍ୟୁତ ପାନୀୟ ଜଳ , ଶିକ୍ଷା, ସ୍ଵାସ୍ଥ୍ୟ,ସମସ୍ୟା ସଂପର୍କରେ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ସଚିବ ଶ୍ରୀମତି ସାହୁ ଏ ସଂପର୍କରେ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ ।
. ଅନ୍ୟମାନଙ୍କ ମଧ୍ୟରେ ବିଲା ବାଡି ସର ପଞ୍ଚ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ପିଏଲ ର୍ଭି ସଦସ୍ୟ ଅଶୋକ ପ୍ରଧାନ, ପ୍ରାଧିକରଣ କରି ଚାରୀ ଆଶିଷ ବାବୁ ଓ ତପନବାବୁ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ସଫଳ କରିବା ଦିଗରେ ସହାୟତା କରିଥିଲେ । ସାଲକୀ ସଂଗଠନର ମୁଖ୍ୟ ଅଶୋକ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































