ଢେଙ୍କାନାଳ ରେ ଅଟୋ ଏକ୍ସ ପୋ ଅନୁଷ୍ଠିତ
ଢେଙ୍କାନାଳ(ଉଲାପ୍ର)ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଦ୍ବାରା ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଏକ ଅଟୋ ଏକ୍ସପୋ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଜୋନାଲ୍ ଅଫିସ, ଭୁବନେଶ୍ବରର ଡେପୁଟୀ ଜେନେରାଲ ମ୍ୟାନେଜର କୁନ୍ଦନ ଜ୍ଯୋତି ଉଦଘାଟନ କରିଥିଲେ। ଆଞ୍ଚଳିକ କାର୍ଯ୍ଯାଳୟ, ଅନୁଗୁଳର ଆଞ୍ଚଳିକ ପ୍ରବନ୍ଧକ ପ୍ରମୋଦ କୁମାର ପ୍ରଧାନ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଅଟୋ ଏକ୍ସପୋରେ ସାତଟି କାର୍ କମ୍ପାନୀର ଡିଲରମାନେ ଭାଗ ନେଇଛନ୍ତି ଓ ଏହା ଦୁଇଦିନ ବ୍ଯାପୀ ଚାଲୁ ରହିବ।
ଏହି ଅବସରରେ ମୁଖ୍ଯ ଅତିଥି ଡିଜିଏମ କୁନ୍ଦନ ଜ୍ୟୋତି ମେସର୍ସ୍ ଜଗନ୍ନାଥ ଲେୟର ଫାର୍ମକୁ ଉଦଘାଟନ କରିଥିଲେ। ଏହି ଫାର୍ମୀକୁ ମହିଷପାଟ ଏଡିବି ଶାଖାରୁ ୬.୫ କୋଟି ଋଣ ପ୍ରଦାନ କରାଯାଇଅଛି।
ଏତଦବ୍ୟତୀତ ଢେଙ୍କାନାଳ ଜିଲ୍ଲାରରେ କାର୍ଯ୍ଯରତ ଗ୍ରାହକ ସେବା କେନ୍ଦ୍ରର ପ୍ରତିନିଧି( ସିଏସପି) ଓ ବିଜନେସ୍ କରସପୋଣ୍ଡେଣ୍ଟ୍ ( ବିସି)ମାନଙ୍କୁ ଉନ୍ନତମାନର ଗ୍ରାହକ ସେବା ପ୍ରଦାନ କରୁଥିବା କାରଣରୁ ଷ୍ଟେଟ୍ ବ୍ୟାଙ୍କ୍ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଢେଙ୍କାନାଳ ଜିଲ୍ଲାରରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ୨୪ଟି ଶାଖା ଓ ୧୪୭ଟି ଗ୍ରାହକ ସେବା କେନ୍ଦ୍ର କାର୍ଯ୍ୟକରୁଛି।
ଏହି କାର୍ଯ୍ୟକ୍ରମରେ ଷ୍ଟେଟ୍ ବ୍ୟାଙ୍କ୍ ଢେଙ୍କାନାଳ ଶାଖାର ମୁଖ୍ଯ ପ୍ରବନ୍ଧକ ବିଜୟ କୁମାର ଶତପଥୀ, ଆରଏସିସି ଢେଙ୍କାନାଳର ମୁଖ୍ଯ ପ୍ରବନ୍ଧକ ମୀନକେତନ ବାରଲେବଡ଼ିଆ, ମହିଷପାଟ ଏଡିବି ଶାଖାର ପ୍ରବନ୍ଧକ ସମ୍ବିତ୍ କୁମାର ମହାନ୍ତି, ଢେଙ୍କାନାଳ ବଜାର ଶାଖାର ପ୍ରବନ୍ଧକ ସଚ୍ଚିଦାନନ୍ଦ ଓଝା ଓ ଆଞ୍ଚଳିକ କାର୍ଯ୍ୟାଳୟର ମୁଖ୍ଯ ପ୍ରବନ୍ଧକ(ବିକ୍ରି) ସୁଶାନ୍ତ କୁମାର ନାୟକ ପ୍ରମୁଖ ଯୋଗଦେଇଥିଲେ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































