ସ୍ବର୍ଣ୍ଣିମ ବିଜୟ ବର୍ଷ ସମାରୋହରେ ସ୍ବତନ୍ତ୍ର ମଶାଲ ଶୋଭାଯାତ୍ରା
ଢେଙ୍କାନାଳ(ଉଲାପ୍ର) ୧୯୬୧ ମସିହା ଭାରତ – ପାକିସ୍ତାନ ଯୁଦ୍ଧରେ ଭାରତର ବିଜୟକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ସୃଷ୍ଟିମ ବିଜୟ ବର୍ଷ ପାଳନ କରାଯାଉଛି । ଏହି ଅବସରରେ ଆଜି ପୂର୍ବାହ୍ନରେ ପ୍ରତିରକ୍ଷା ବିଭାଗ ଓଡିଶା ଶାଖାର ୧୨୦ ବାଟାଲିୟନ ପକ୍ଷରୁ ବାଟାଲିୟନର କର୍ନେଲ ଶ୍ରୀଯୁକ୍ତ ଋଷି ୱାହିକ ନେତୃତ୍ୱରେ ୩୦ଜଣ ଅଧିକାରୀମାନେ ସ୍ବତନ୍ତ୍ର ବିଜୟ ମଶାଲ ଶୋଭା ଯାତ୍ରାରେ ଆସି ୧୯୭୧ମସିହାର ଯୁଦ୍ଧରେ ଢେଙ୍କାନାଳ ଲୋକସଭା ସଦସ୍ୟଥାଇ ଯୁଦ୍ଧରେ ଭାଗନେଇଥିବା ପ୍ରଥମ ଯୋଦ୍ଧା ଏବଂ ରାଷ୍ଟ୍ରପତି ପଦକ ପାଇ ଥିବା ତଥା ପୂର୍ବତନ କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ବ୍ରିଗେଡିୟର ଶ୍ରୀଯୁକ୍ତ କାମାକ୍ଷା ପ୍ରସାଦ ସିଂହଦେଓଙ୍କୁ ଢେଙ୍କାନାଳ ରାଜପ୍ରସାଦରେ ପ୍ରତିରକ୍ଷା ବିଭାଗ ଅରନିଲ ଲେପ୍ଟନାଣ୍ଟ କର୍ନେଲ ଶ୍ରୀଯୁକ୍ତ ଏମ.କେ ମଲ ଓ ବିଜୟ ଶୋଭା ଯାତ୍ରାରେ ଆସିଥିବା ଅଧିକାରୀ ମାନେ ବିଜୟ ମଶାଲକୁ ସଲାମୀ ଦେଇ ଶ୍ରୀଯୁକ୍ତ ସିଂହଦେଓଙ୍କୁ ସମ୍ବଦ୍ଧିତ କରିଥିଲେ । ଏହି ଅବସରରେ ବ୍ରିଗେଡିୟର ଶ୍ରୀଯୁକ୍ତ ସିଂହଦେଓ ତାଙ୍କର ସେହି ଯୁଦ୍ଧର ଅନୁଭୂତି ପ୍ରକାଶ କରିଥିଲେ ଏବଂ ବର୍ତ୍ତମାନ ସମୟରେ ଆଳିର ଯୁବ ସମାଜ ନିଜ ମାଟି ମାର ରକ୍ଷା ନିମନ୍ତେ ପ୍ରତିରକ୍ଷା ବିଭାଗରେ ଯୋଗଦେଇ ଦେଶ ପାଇଁ ଉତ୍ସର୍ଗୀକୃତ ସେବା କରି ଅନନ୍ୟ ବୀରତ୍ବର ପରାକାଷ୍ଠା ଦେଖାଇ ଭାରତବର୍ଷର ଗାରିମା ଦେଶର ଗୌରବ ଆଣିବା ପାଇଁ ଆହ୍ବାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ରାଜ ମାତା ରାଣୀ ସାବିତ୍ରୀ ଦେବୀ , ଯୁବରାଜ ଶ୍ରୀ ଅମରଜ୍ୟୋତି ସିଂହଦେଓ ଏବଂ ରାଜପରିବାରର ସମସ୍ତ ସଦସ୍ୟ ସମେତ ଆକାଶ ବାହୀନର ପୂର୍ବତନ ଉଇଙ୍ଗ କମାଣ୍ଡର ଶ୍ରୀଯୁକ୍ତ ବିରଜା ଶଙ୍କର ସିଂହଦେଓ , ଟିଟିଲାଗଡ଼ର ଅବସର ପ୍ରାପ୍ତ କର୍ନେଲ ଶ୍ରୀଯୁକ୍ତ ଏସ . କେ.ପାଢ଼ୀ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ , ସ୍ଥାନୀୟ ଏନ.ସି.ସି.ଅଫିସର , ସହରର ମାନ୍ୟଗଣ୍ୟ ବ୍ୟକ୍ତି ଓ ଗଣ ମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତଥିଲେ ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































