ଖରିଫ ଧାନ କିଣା ପାଇଁ ବୈଠକ
ବରଗଡ଼(ଉଲାପ୍ର)
ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷଠାର ଆସନ୍ତା ଖରିଫ୍ ଋତୁ ଧାନ କିଣା ବିକା କାର୍ଯ୍ୟ ଆରମ୍ଭ ପୂର୍ବରୁ ବରଗଡ଼ ବ୍ଲକ ର ଫ୍ୟାକ୍ସ ସମ୍ପାଦକ ଏବଂ ସଦସ୍ୟ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବରଗଡ଼ ବ୍ଲକ ରେ ଧାନ କିଣା ବିକା କାର୍ଯ୍ୟ କିପରି ସୁବିଧାରେ ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ। ଧାନ ସଂଗ୍ରହ ପ୍ରକ୍ରିୟାରେ ବ୍ୟାବହୃତ ସମସ୍ତ ଉପକରଣ,ଆଲୋକ, ବିଜୁଳି ଆଦି ର ସଠିକ ବ୍ୟବସ୍ଥା କରିବାକୁ ସେ କହିଥିଲେ।
ଏଥିରେ ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି,ଅଡଗା,ତୋରା,ସରସରା, ଗୋବିନ୍ଦ ପୁର ଫ୍ୟାକ୍ସ ର ସମ୍ପାଦକ ଏବଂ ସଦସ୍ୟ ମାନେ ଉପସ୍ଥିତ ରହି ଆଲୋଚନା କରିଥିଲେ।
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































