ଜିଲ୍ଲାର ବନ୍ଦ ପଡିଥିବା ୨୭୩ ଟି ସରକାରୀ ସ୍କୁଲ ଶୀଘ୍ର ନଖୋଲିଲେ ପଂଚାୟତ ନିର୍ବାଚନରେ ଏହାର ପ୍ରଭାବ ପଡିବ: ଆମ୍ ଆଦମୀ ପାର୍ଟି
                                
ବରଗଡ଼(ଉଲାପ୍ର)ଜିଲ୍ଲାର ବନ୍ଦ ପଡିଥିବା ୨୭୩ ଟି ସରକାରୀ ସ୍କୁଲ କୁ ତୁରନ୍ତ ଖୋଲିବାକୁ ଆମ୍ ଆଦମୀ ପାର୍ଟି ଦାବୀ କରିବା ସହ ସରକାର ସ୍କୁଲ ନଖୋଲିଲେ ଆଗାମୀ ପଂଚାୟତ ନିର୍ବାଚନ ରେ ଏହାର କୁପ୍ରଭାଵ ପଡିବ ବୋଲି ଚେତାବନୀ ଦେଇଛି ।ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଦପ୍ତରରେ ଦିଆଯାଇଛି । ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ପଟେଲ ସ୍ମାରକପତ୍ର ଗ୍ରହଣ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ରାଜ୍ୟରେ କୋଭିଡ଼ ପରବର୍ତ୍ତୀ ସମୟରେ ଶିକ୍ଷାଦାନ ସ୍ୱାଭାବିକ ଆଡକୁ ଯାଉଥିବା ବେଳେ ଜିଲ୍ଲାର ବନ୍ଦ ପଡିଥିବା ୨୭୩ ଟି ସରକାରୀ ସ୍କୁଲ ବିଷୟରେ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି । ଗୋଟିଏ ପଟେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ସମସ୍ତ ବିଦ୍ୟାଳୟ କୁ ସ୍ୱାଭାବିକ ଭାବେ ଚାଲୁ ରଖିବାକୁ ନିର୍ଦେଶ ଦେଇ ଏହାର ଭିତ୍ତିଭୂମି ବିକାଶ ଓ ଗୁଣାତ୍ମକ ଶିକ୍ଷା ପ୍ରତି କାର୍ଯ୍ୟ କରିବା କୁ କହିଛନ୍ତି କିନ୍ତୁ ପରିତାପର ବିଷୟ ଯେ ରାଜ୍ୟ ସରକାର ଏହି ଆଦେଶ କୁ ଚାଲେଞ୍ଜ କରି ସର୍ବୋଚ୍ଚ ନ୍ୟାୟାଳୟ ରେ ପିଟିସନ ଦାଖଲ କରିଛନ୍ତି ଏବଂ ସ୍କୁଲ ବନ୍ଦ ନିଷ୍ପତ୍ତି କୁ ବଳବତ୍ତର ରଖିବାକୁ ଅଡ଼ି ବସିଛନ୍ତି । ବରଗଡ଼ ଜିଲ୍ଲାର ଏହି ପ୍ରାଥମିକ ବିଦ୍ୟାଳୟରେ ଗରିବ, ଖଟିଖିଆ,ଚାଷୀ, ମୂଲିଆ ଶ୍ରେଣୀ ର ଲୋକଙ୍କ ପୁଅ ଝିଅ ମାନେ ପାଠ ପଢ଼ନ୍ତି ଏବଂ ଏହି ସ୍କୁଲ ବନ୍ଦ ହେଲେ ଛାତ୍ର ଛାତ୍ରୀଙ୍କ ଡ୍ରପ ଆଉଟ ସଂଖ୍ୟା ବଢିବ ଓ ପାଠ ପଢା ବାଧା ପ୍ରାପ୍ତ ହେବ ବୋଲି ଜିଲ୍ଲା ଆବାହକ ଭବାନୀ ସାହୁ କହିଛନ୍ତି । ଏଣୁ ସମସ୍ତ ସ୍କୁଲ କୁ ସମ୍ପୂର୍ଣ୍ଣ ଭାବେ ଖୋଲି ଶିକ୍ଷାଦାନ ଆରମ୍ଭ କରି ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ କୁ ସୁରକ୍ଷିତ କରି ବାକୁ ଦାବୀ ହୋଇଛି । ଯଦି ସରକାର ଉଦାସୀନ ରହିବେ ତାହାଲେ ଗଣତାନ୍ତ୍ରିକ ଉପାୟରେ ଆଗାମୀ ପଂଚାୟତ ନିର୍ବାଚନରେ ଏହାର ପ୍ରଭାବ ପଡିବ ବୋଲି ଅଭିଭାବକ ମାନେ କହିଛନ୍ତି ।ଏହାର ଏକ ନକଲ କପି ରାଜ୍ୟ ନିର୍ବାଚନ ଆୟୋଗ ପାଖକୁ ପଠା ଯାଇଛି । ଗାଈସିଲେଟ, ବିଜେପୁର, ଭଟଲି, ବରଗଡ଼ ଓ ବରପାଲି ବ୍ଲକର ବିଭିନ୍ନ ସ୍କୁଲ ରୁ ଅଭିଭାବକ ମାନେ ଆସିଥିଲେ । ବିରେନ୍ଦ୍ର କୁମ୍ଭାର, ହିମାଂଶୁ ଭୁଏ, ରୂପନନ୍ଦ ଆମରି, ନରୋତ୍ତମ ବାଗ, ଅଶୋକ ବାରିକ, ଉମାକାନ୍ତ ଭୁଏ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।
        
            
 Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































