ପଞ୍ଚାୟତକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନ ଆସୁଛି ହେଲେ କର୍ମଚାରି ଅଭାବ ଯୋର୍ଗୁ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ
ଫୁଲବାଣୀ-( ସୁନୀଲ ପଟନାୟକ) ସରକାର ଗ୍ରାମ ।ଞ୍ଚଳର ଉନ୍ନତି ପାଇଁ ଯଥେଷ୍ଟ ଗୁରୁତ୍ଵ ଦେଉଛନ୍ତି। କେନ୍ଦ୍ରୀୟପଞ୍ଚଦଶ ଅର୍ଥ କମିଶନ ଅନୁଦାନ ଓ ରାଜ୍ୟ ପଞ୍ଚମ ଅର୍ଥ କମିଶନରେ ପ୍ରର୍ଯ୍ୟ।ପ୍ତ ଅର୍ଥ ଅନୁଦାନ ମଧ୍ୟ ପ୍ରତିବର୍ଷ ଯୋଗାଇଦେଉଛନ୍ତି. I
ହେଲେ ପଞ୍ଚାୟତରେ ୪୦ରୁ ଉର୍ଦ୍ଧ ଜିଆ ର ଏସପଦବୀ ଓ ୩୦ରୁ ଉର୍ଦ୍ଧ ପିଇ ଓ ପଦବୀ ଖାଲି ପଡିଛି, ସେହିପରି ୧୨ଟି ବ୍ଳକରେ ୧୨ଟିଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ପଦବୀ ମଧ୍ୟରୁ ଛଟି ବ୍ଳକରେ ଖାଲି ପଡିଛି। ସେଗୁଡିକ ହେଲା କନୂଆଗାଁ, ବାଲିଗୁଡ଼ା, କୋଟଗଡ, ଜି. ଉ ଦୟଗିରି, ଚକାପାଦ , ଖଜୁରୀପଡା,I ଫଳରେ ପ ଞ୍ଚାୟତ ଗୁଡ଼ିକୁ ଆସୁଥିବା ଅର୍ଥ ଅନୁଦ।ନ ଠିକ ଭାବରେ ଖର୍ଚ ହୋଇ ପାରୁନି।
ସିଂହଭାଗ ଅର୍ଥ ବାଟମାରଣା ହେଉଥିବା ମଧ୍ୟ ଅଭିଯୋଗ ହେଉଛି।
ସେହିପରି ଜିଲ୍ଲାରେ ଅନେକ କନିଷ୍ଠ ଯନ୍ତ୍ରୀ ପଦବୀ ମଧ୍ୟ ଖାଲି ପଡିଛି। ଗୋଟିଏ ଗୋଟିଏ ଯନ୍ତ୍ରୀ ୩/୪ଟି ପଞ୍ଚାୟତ ତଦାରଖ ଦାୟିତ୍ଵରେ ଅଛନ୍ତି। ସେମାନେ ବି ଠିକ ଭାବେ ଉନ୍ନୟନ୍ନ ମୂଳକ କାର୍ଯ୍ୟ ତଦାରଖ କରିପାରୁନାହଁ।ନ୍ତି।ପଞ୍ଚାୟତ ଗୁଡ଼ିକ ଦୁର୍ଗମ ଅଞ୍ଚଳରେ ଥିବା ଓ ଦୁରହେଉଥିବାରୁ ତଦାରଖ କରିବା ମଧ୍ୟ ଏତଟାସମ୍ଭବ ନୁହେଁ।
ସରକାରି ଯନ୍ତ୍ରୀ ମଧ୍ୟ କେତକ ସ୍ଥାନରେ ଖାଲି ପଡିଛିବର୍ଷ ବର୍ଷ ଧରି ।
ଏମିତି ସ୍ଥିତିରେ କାମ କିପରି ହେଉଥିବ ତାହା ଜଣାପଡୁଛି। ଏପଟେ ପିସି କାରବାରରେ ମଧ୍ୟ ତଳୁ ଉପର ଯାଏ ସମସ୍ତେ ବ୍ୟସ୍ତ।
ଏପରିକି ଯନ୍ତ୍ରୀମାନେ ଯୋର ଜବରଦସ୍ତ ପାଖାପାଖି ୧୫ରୁ ୨୦ ପ୍ରତିଶତ ପିସି କାଟି ରଖୁଛନ୍ତି କୁ ଆଡେ। ବେଳେବେଳେ ଅଭିଯୋଗ ହେଲେ ତରବରିଆ ଭାବେ ଫେରାଉ ଛନ୍ତି ମଧ୍ୟ ।
ସରକାର ୫ଟିରେ ପିସି କାରବାର ବନ୍ଦ କରିବା ଉପରେ ଗୁରୁତ୍ଵ ଦେଉଥିବାବେଳେ ଯନ୍ତ୍ରୀ ନିର୍ଭୟରେକୁଆଡେ ପିସି ନେଉଛନ୍ତି l
ପ୍ରଶାସନ ଏ ସବୁ ଜାଣି ମଧ୍ୟ ଯନ୍ତ୍ରୀଙ୍କ ବିରୁଦ୍ଧରେ କୌଣସି କାର୍ଯ।ନୁଷ୍ଠାନ ଗ୍ରହଣ ନ କରିବା ବିସ୍ମୟ ସୃଷ୍ଟି କରିଛି।
ଚଳିତ ୨୦୨୦/୨୧ରେ କେନ୍ଦ୍ର ସରକାର ପଞ୍ଚଦଶ ଅର୍ଥ କମିଶନ ମାଧ୍ୟମରେ ଦୁଇଟି ପ୍ରଯ୍ୟାୟରେ ୧୯ କୋଟିରୁ ଉର୍ଦ୍ଦ୍ଵ ଅର୍ଥ ଅନୁବାନ ଜିଲାର ୧୭୧ପଞ୍ଚାୟତକୁ ଦେଇଥିବାବେଳେ ରାଜ୍ୟ ସରକାର ପଞ୍ଚମ ଅର୍ଥ କମିଶନରେ ୭କୋଟି ୨୦ ଲକ୍ଷ, ୪୨ ହଜାର ୭୫୬ ଟଙ୍କା ଅନୁଦାନ ଯୋଗାଇ ଦେଇ ଛନ୍ତି . ।
ଆଗକୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଆହୁରି ଅର୍ଥ ଅନୁଦାନ ଯୋଗାଇଦେବେ ବୋଲି ଜିଲ୍ଲା ପଞ୍ଚାୟତ ଅଧିକାରୀ । ତେବେ କର୍ମଚାରୀ ଅଭାବ ଯୋଗୁଁ ଅର୍ଥ ଅନୁ ଦାନ ଗୁଡିକ ଖର୍ଚ ବିଳମ୍ବ ହେଉଥିବା ସେ କହିଥିଲେ, ‘I
ଜିଲ୍ଲାରେ ଏବେ କୋଟଗଡ ବ୍ଲକ୍ର ସାର ତୁଲ, ଯୁବା ଗୁଡ଼ା,ନୁଆଗାଁ ବ୍ଲକର ଜିର ଡିକି ଆ,ଫିରିଙ୍ଗିଆ ବ୍ଲ୍କକର କୁଇର ମା ଣ୍ଡୁ ଆଦି କେତେକ ପଞ୍ଚାୟତରେ ନିଜସ୍ଵ ପଞ୍ଚାୟତ ଅଫିସ ଗୃହ ଏଯାଏଁ ନିର୍ମାଣ ହୋଇ ନାହିଁ. I
ପଞ୍ଚାୟତକୁ ଅଧିକ ଅର୍ଥ ଅନୁଦାନ ଆସୁଥିବାରୁ ସରକାର ପଞ୍ଚାୟତରେ ଖାଲିପଡିଥିବା ପଦବୀ ଗୁଡିକ ପୁରଣ କରିବା ଦିଗରେ ଦୃଷ୍ଟିଦେବା ଜରୁରୀ ବୋଲି ସାଧାରଣରେ ମତପ୍ରକାଶ ପାଉଛି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































