୧୭ ଜୁଆଡ଼ି ଗିରଫ,ନଗଦ ୬୨ହଜାର ସହ ୯ମୋବାଇଲ ଜବତ
ଫୁଲବାଣୀ(ସୁନୀଲ ପଟନାୟକ)
ଦାରିଙ୍ଗବାଡି ପୋଲିସ କୌଣସି ସୁତ୍ରରୁ ଖବର ପାଇ ବସଷ୍ଟାଣ୍ଡ ନିକଟରେ ଏକ ଘରେ ଚାଲିଥିବା ଜୁଆ ଆଡ଼ଡ଼ା ଉପରେ ଚଢ଼ାଉ କରି ନଗଦ୬୨ହଜାର ୮୬୦ଟଙ୍କା ଜବତ କରିବା ସହ ୧୭ ଜଣଙ୍କୁ ଗିରଫ କରିଥିଲା ସେମାନଙ୍କ ନିକଟରୁ ୯ଟି ମୋବାଇଲ ଫୋନ ମଧ୍ୟ ଜବତ କରିଛି ପୋଲିସ। ଗଞ୍ଜାମ ଜିଲ୍ଲାସୋରଡ଼ା ଅଞ୍ଚଳର ଗୌରୀଶଙ୍କର ପାଢୀ ନାମକ ଜଣେ ବ୍ୟକ୍ତି ବସଷ୍ଟାଣ୍ଡ ନିକଟରେ ଏକ ଘର ଭଡ଼ା ନେଇ ଏହିଜୁଆଆଡ଼ଡ଼ା ଚଳାଉଥିଲେ ବୋଲିଥାନା ଅଧିକାରୀ କୌଶିକ ମାଝି ସୂଚନା ଦେଇଛନ୍ତି ।
ଏନେଇ ପୋଲିସ ୧୯୩/୨୧ରେ ମାମଲା ରୁଜୁ କରିଛି ସମସ୍ତ ୧୭ଜଣଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଯାଇଥିବା ଜଣା ପଡିଛି ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































