ଅଧକ୍ଷ ଙ୍କ ବାସ ଭବନ ରୁ ସୁନା ଅଳଙ୍କାର ସମେତ ନଗଦ ଟଙ୍କା ଚୋରି, ଥାନା 💝`💝`୰“~~ ରେ ଏତଲା
ଫୁଲବାଣୀ(ସୁନୀଲ ପଟନାୟକ )
ପୋଲିସ କେଶ କରୁଛି, ତଦନ୍ତ କରୁଛି ସନ୍ଧନୀ କୁକୁର ଧରି, କିନ୍ତୁ ଫଳସୂନ!
ଅଧିକାଂଶ କ୍ଷେତ୍ରରେ ଘରର ଚାକରାଣୀ ମାନେ ହିଁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଜଡିତ ଥିବାର ଅନୁମାନ କରାଯାଉଥିଲେ ମଧ୍ୟ ପ୍ରମାଣ ଅଭାବରୁ ଆଇନ ର ପରିସର ଭିତରକୁ ଆସନ୍ତି ନାହିଁ!
ଲକ ଡାଉନ ସମୟରେ ହିଁ ଲୋକେ କାମ ଧନ୍ଦା ନ ପାଇ ଚୋରି କାମ ଆପଣେଇ ନେଉ ଛନ୍ତି!
ସେହିପରି ଗତକାଲି ରାତିରେ ପିଅ ନ ପଡା ସାହିର ସାଇବିହାର କଲୋନୀ ର ଦାରିଙ୍ଗ ବାଡି ଆଇ ଟି ଆଇ ଅଧ୍ୟକ୍ଷପ୍ରଦୀପ କୁମାର ସାହୁ ଙ୍କ ଘରେ ଚୋର କଳାକନା ବୁଲେଇ ଦେଇଛି!ଘରର ଗ୍ରିଲ ଭାଙ୍ଗି, ଝରକା ଭାଙ୍ଗି ପଶି ଗଡ଼ରେଜ ଆଲମିରା ତାଡି 3ଭରି ସୁନା ଓ 75000ଟଙ୍କା ଚୋରି କରି ନେଇଛନ୍ତି ବୋଲିଅଧକ୍ଷ ପ୍ରଦୀପ ସାହୁ ଟାଉନ ଥାନାରେ ଏତେଲା ଦେଇଛନ୍ତିl
ପ୍ରଦୀପ ସାହୁ ବର୍ତମାନ ଦାରିଂବାଡ଼ି ଆଇ ଟି ଆଇରେ ପ୍ରିନସିପାଲ ଅଛନ୍ତି!ସେ ସପ ରିବାର ସହ ଭୁବନେଶ୍ୱର ଯାଇଥିଲେ!ଘରର ଚାକ ରାଣୀ ଙ୍କୁ ଚାବି ଦେଈ ଯାଇଥିଲେ!ତେବେ ପୋଲିସତଦନ୍ତ ଜାରି ରଖିଥିଲେ ମଧ୍ୟ ଏଯାଏଁ କାହାରିକୁ ଧରିପାରୀ ନାହିଁ!
ସେହିପରି ଦଶହରା ପୂର୍ବରୁ ପଟାବାଲି ସାହିର ବ୍ୟବସାୟୀ ବସନ୍ତ କୁମାର ପାଣିଗ୍ରାହୀ ଙ୍କୁ ଚୋର ମାନେ ପିସ୍ତଲ ଦେଖାଇ ସୁନା ଗହଣା ସମେତ ଲକ୍ଷାଧିକ ଟଙ୍କା ଚୋରି କରିନେଇଥିଲେ!ମୋଟର ସାଇକଲ ଚୋରି ବି ଧରା ପଡ଼ି ନାହିଁ, ବ୍ୟାଙ୍କରୁ ଦୁଇଲକ୍ଷ ଟଙ୍କା ଉଠାଇ ନେଇକି ଯାଉଥିବା ବେଳେ ଶଶୀ ଦୋକାନ ଛକ ନିକଟରେ ଛଡାଇ ନେବା, ରୁପା ଅଳଙ୍କାର ବେପାରୀ ର ଦିନ ଦି ପ୍ରହରେକୋର୍ଟ ଛକ ରୁ ଚୋରି ହେବା, ଦୁଇ ମହିଳା ଶିକ୍ଷୟତ୍ରୀ ନର୍ମଦା ମହାନ୍ତି ଓ କଳ୍ପନା ମହାନ୍ତି ଙ୍କର ଲକ୍ଷା ଧିକ ସୁନା ଗହଣା ଓ ଟଙ୍କା ଚୋରି ହୋଇଥିଲେ ବି ପୋଲିସ କୁ ଏ ସବୁ କ୍ଷେତ୍ର ରେ ସେଭଳି କୌଣସି ସଫଳତା ମିଳିନାହିଁ l
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































