ଫୁଲବାଣୀ ସମେତ ସମଗ୍ର କନ୍ଧମାଳରେ ଶୀତ ଲହରୀ,ଫୁଲବାଣୀରେ ପାରଦ ୧୧.୫ ଡିଗ୍ରୀ ଓ ଦାରିଙ୍ଗବାଡିରେ ୧୦ ଡିଗ୍ରୀ ସେଲସିୟସ
ଫୁଲବାଣୀ-(ସୁନୀଲ ପଟ୍ଟନାୟକ) ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲା ଏବେ ଶୀତରେ ଥରୁଛି ।ପାରଦ ଦିନକୁ ଦିନ ଖସିବାରେ ଲାଗିଛି ।। ଫଳରେ ଥଣ୍ଡାର ପ୍ରକୋପ ମଧ୍ୟ ବଢିବାରେ ଲାଗିଛି ତା ସାଙ୍ଗକୁ ସକାଳ ୯ଟା ଯାଏ ଘନ କୁହୁଡ଼ି ମଧ୍ୟ ଲାଗି ରହୁଛି। ଆଜି ଫୁଲବାଣୀରେ ତାପମାତ୍ରା ୧୧.୫ ଡିଗ୍ରୀ ସେଲସିୟସକୁ ଖସିଥିବାବେଳେ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ଆଜି ତାପମାତ୍ରା ୧୦ ଡିଗ୍ରୀ ସେଲ ସିୟସ ରେକର୍ଡ଼ କରାଯାଇଛି
ଘନ କୁହୁଡିର ଚାଦର ତଳେ ସାରା କନ୍ଧମାଳ । କୁହୁଡି ଯୋଗୁ ମୁହଁକୁ ମୁହଁ ଦେଖାଯାଉନି । ଫକରେ ସକାଳ ୯ଟା ପୂର୍ବରୁ ଘରୁ ପଦାକୁ ବାହାରି ପାରୁ ନାହାନ୍ତି ଲୋକୋ ସେପଟେ ସଞ୍ଜ ନଇଁବା କ୍ଷଣି ଏବେ ଦୁଇ ଦିନ ହେଲା ଥଣ୍ଡା ମାଡି ଆସୁଛି। ଫଳରେ ରାସ୍ତାଘାଟ ମଧ୍ୟଜନଶୁନ୍ୟ ହୋଇ ପଡୁଛି ତା ସାଙ୍ଗକୁ ଦୋକାନବଜାର ବି ଖାଁ ଖାଁ ଲାଗୁଛି। କି ବୁଢା କି ପିଲା ସଭିଏ ନିଆଁ ଜାଳି ନିଆଁ ପାଖରେ ଦିନରାତି ବସି ରହୁଛନ୍ତି।
ଥଣ୍ଡା ବଢି ଯିବା ଫଳରେ ସକାଳୁ କାମକୁ ଯିବା ଲାଗି ଅମଙ୍ଗ ହେଉଛନ୍ତି ଦିନ ମହୁରିଆ ମାନେ ।
ହେଲେ ସହରିଆ ବାବୁ ମାନେ ଶୀତବସ୍ତ୍ର ପିନ୍ଧି ଥଣ୍ଡାର ମଜା ଉଠାଇବା ସହ କିଏ ପ୍ରାତଃଭ୍ରମଣ, ତ ଆଉ କିଏ ଏକ୍ସରସାଇଜ କରୁଥିବା ଦେଖିବାକୁ ମିଳୁଛି ।
ଥଣ୍ଡା ବଢିବା ଫଳରେ ଏବେ ଗରମ ପୋଷାକ ର ମଧ୍ୟ ଚାହିଦା ବଢିବାରେ ଲାଗିଛି । ଫଳରେ ଗାଁରୁ ସହର ଯାଏ ଗରମ ପୋଷାକର ପସରା ମେଲିଥିବା ଦେଖାଯାଉଛି। ଲୋକେ ମଧ୍ୟ ଗରମ ପୋଷାକ କିଣାକିଣି ଆରମ୍ଭକରିଥିବା ଦେଖିବାକୁ ମିଳୁଛି ।
ଆଗକୁ ଥଣ୍ଡା ବଢିଲେ ଏବର୍ଷ ଗରମ ପୋଷାକର ବି ଭଲ ବେପାର ହେବ ବୋଲି ଆଶା କରିଛନ୍ତି ବ୍ୟବସାୟୀ।
ଫୁଲବାଣୀରେ ଆଜି ତାପମାତ୍ରା ୧୧.୫ ଡିଗ୍ରି ଥିବାବେଳେ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ତାପମାତ୍ରା ଡିଗ୍ରୀ ୧୦ ସେଲସିୟସ ରହିଛି। ସେହିପରି ଗତକାଲି ଦାରିଙ୍ଗବାଡିରେ୯.୬ ଡିଗ୍ରୀ ସେଲସିୟସ ଥିବାବେଳେ ଫୁଲ ବାଣୀରେ ୧୨.୬ ଡିଗ୍ରୀ ସେଲସିୟସ ଥିଲା
ସେହିପରି ଜିଲ୍ଲା ର ବେଲଘର, ତୁମୁଡିବନ୍ଧ, ରାଇକିଆ, ମଣ୍ଡାସୁର, ବାଲିଗୁଡ଼ା, ଜିଉଦୟଗିରି, ରାଇକିଆ, ଆଦି ଅଞ୍ଚଳରେ ମଧ୍ଯ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଆସିଥିବାରୁ ଏସବୁ ସ୍ଥାନରେ ଏବେ ପ୍ରବଳ ଥଣ୍ଡା ଅନୁଭୁତ ହେଉଛି।
ତେବେ ଏବେ ପର୍ଯ୍ୟଟନ ରୂତୁ ହୋଇଥିବାରୁ କନ୍ଧମାଳ ଜିଲାର ପ୍ରାକୃତିକ ମନୋରମ ପରିବେଶକୁ ମନଭରି ଉପଭୋଗ କରି ବା ଲାଗି ଜିଲ୍ଲାରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡିକରେ ରାଜ୍ୟ ଓ ରାଜ୍ୟ ବାହାର ପର୍ଯ୍ୟଟକମାନଙ୍କ ଆସ୍ତେ ଆସ୍ତେ ଭିଡ଼ ମଧ୍ୟ ଜମି ଲାଣି। ଏ ବର୍ଷ କରନା କଟକଣା କମ ଥିବା ଫଳରେ ଜିଲ୍ଲାକୁ ଆଗକୁ ଆହୁରି ଅଧିକ ପର୍ଯ୍ୟଟକ ଆସିବେ ବୋଲି ପର୍ଯଟନ ବିଭାଗ ଲକ୍ଷ୍ୟ ରଖିଛି।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































