ମୁକ୍ତ ଯୋଜନା ସଂପର୍କରେ ୫ ଟି ସଚିବଙ୍କ ସହ ଆଲୋଚନା
ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)
5ଟି ଅନ୍ତର୍ଗତ ମକ୍ତ ଯୋଜନା ଜରିଆରେ ବରଗଡ଼ ପୈାରାଞ୍ଚଳର ଉନ୍ନତି କାରଣ ସକାଶେ ଆଜି ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଙ୍କ ନେତୃତ୍ବରେ 5ଟି ସଚିବ ଭିକେ ପାଣ୍ଡିଆନ ଙ୍କ ସହ ଭିଡ଼ିଓ କନ୍ସଫରେସିଙ୍ଗ ମଧ୍ୟରେ ଆଲୋଚନା ହୋଇଥିଲା। ବରଗଡ଼ ଜିଲ୍ଲାପାଳ ଙ୍କ ଭିସି ହଲ୍ ମଧ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବରଗଡ଼ ସହର ରୁପାନ୍ତିକରଣ ପାଇଁ ଆବଶ୍ୟକ କାର୍ଯ୍ୟ ପାଇଁ ଆଲୋଚନା ହୋଇଥିଲା। ଏଥିରେ ସହର ମଧ୍ୟରେ ବହିଯିଇଥିବା ଜୀରା ନଦୀ କଡ଼ରେ ରିଙ୍ଗ ରୋଡ ନିର୍ମାଣ,ଆଉଟ୍ ଡୋର ଷ୍ଟାଡିୟମ ନିର୍ମାଣ, ଆଧୁନିକ ପାର୍କ, ରାସ୍ତା ଡ୍ରେନ ନିର୍ମାଣ ର ଆବଶ୍ୟକତା ରହିଥିବା ଆଲୋଚନା ହୋଇଥିଲା। ଏଥିପାଇଁ ୫୦ କୋଟି ଟଙ୍କା ଖର୍ଚ୍ଚ ର ଅଟକଳ କରାଯାଇଥିଲା। ଏହି ଆଲୋଚନାରେ ଜିଲ୍ଲାପାଳ ତଥା ବରଗଡ଼ ପୈାର ପରିଷଦ ର ଅଧକ୍ଷା ମୋନୀଷା ବାନାର୍ଜୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା, ପୂର୍ବତନ ପୈାର ପରିଷଦ ଅଧ୍ୟକ୍ଷ ପ୍ରଶାନ୍ତ ବେହେରା, ପୂର୍ବତନ ଉପଧ୍ୟକ୍ଷ। କଳ୍ପନା ମାଝୀ, ଜୟନ୍ତୀ ବୋହେରା, କିଶୋର ମିଶ୍ର,ଶ୍ରୀବତ୍ସ ଛତର,ଉମେଶ ପଣ୍ଡା,ରୋହିତ ବାରିକ,ଦିଲ୍ଲିପ ସିଉଡିଆ ପ୍ରମୁଖ ଉପସ୍ଥିତ ଥିଲେ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































