ସୋହେଲା ପୋଲିସ ଦ୍ବାରା ୩ ଲକ୍ଷ ଟଙ୍କାର କଫ ସିରଫ ଜବତ୍
ବରଗଡ଼(ଉଲାପ୍ର)
ବରଗଡ଼ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ନିଶା କାରବାର ବଢିବାକୁ ଲାଗିଥିବା ବେଳେ ନିଶା ଦ୍ରବ୍ୟ ଚୋରା ଚାଲାଣ ମଧ୍ୟ ବଢିବାରେ ଲାଗିଛି । ଜିଲ୍ଲା ପୋଲିସ ମଧ ସଚେତନ ରହିଛି। ଗତକାଲି ବରଗଡ଼ ପଦ୍ମପୁର ରାସ୍ତା ରେ ଓଆର୍-୧୭-ଜି-୨୮୮୨ ନମ୍ବର ଏକ ଗାଡିରେ ବେଆଇନ ଭାବରେ ନିଶା ଦ୍ରବ୍ୟ ଚୋରା ଚାଲାଣ ହେଉଥିବାର ସୂଚନା ପାଇ ବରଗଡ ଏସପିଙ୍କ ନିର୍ଦ୍ଦେଶ କ୍ରମେ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ଏବଂ ସୋହେଲା ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ଗାଡିଟିିକୁ ଜବତ କରିବା ସହ ହେମନ୍ତ ହଂସ (ବୟସ ୪୨), ଚିତ୍ତ ମେହେର (ବୟସ ୪୩) ନାମକ ଦୁଇ ଜଣଙ୍କୁ ଗିରଫ କରିଛି । ଏହା ସହ ଗାଡିରୁ ଏକ ତଲୱାର (ଖଣ୍ଡା) ସହ କିଛି ନଗଦ ଟଙ୍କା ଓ ୧୭୩୦ ବୋତଲ ଏସ୍କଫ ସିରଫ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩ଲକ୍ଷ ଟଙ୍କା ହେବ ବୋଲି ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ବିଭୂତି ଭୂଷଣ ଭୋଇ ସୂଚନା ଦେଇଥିଲେ ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































