କେବେ ଉଦଘାଟନ ହେବ ୨୦କୋଟି ବ୍ୟୟରେ ନିର୍ମିତ ସମ୍ମନ୍ବିତ ବିକାଶ ଭିତ୍ତିଭୂମୀ ?
ଫୁଲବାଣୀ(ସୁନୀଲପଟନାୟକ)
ଫୁଲ ବାଣୀ ସହର ନିକଟବର୍ତ୍ତୀସାର୍ତ୍ତା ଗୁଡ଼ା ନିକଟରେ ରାଜ୍ୟ ସରକାର ପ୍ରାୟ୨୦କୋଟି ଟଙ୍କା ବ୍ୟୟରେ ୧୭ଏକର ଜମିରେ ଇଣ୍ଟିଗ୍ରେଟେଡ ଇନଫ୍ରାଷ୍ଟକ ଚର ସେଣ୍ଟର ବା ସମନ୍ୱିତ ବିକାଶ ଭିତ୍ତିଭୂମୀ
ନିର୍ମାଣ କରାଯାଇଛି । ଏଥିରେ ସମସ୍ତ ପ୍ରକାର ଆଧୁନିକ ଓ ଉନ୍ନତମାନର ବ୍ୟବସ୍ଥା ରହି କୋଠରୀ ଓ ବାଥରୁମ ଓ ପାନୀୟ ଜଳ ବ୍ୟବସ୍ଥା ଥାଇ ୨୦୦ରୁ ଉର୍ଦ୍ଧ୍ କୋଠରୀ ନିର୍ମାଣ କରାଯାଇଛି । ଯେଉଁ ଥିରେ କି ବୁଦ୍ଧବୃଦ୍ଧା, ଭିକାରୀ ଓଭିନ୍ନକ୍ଷମ ପିଲାଙ୍କୁ ଥଇଥାନ କରାଯିବ। ସେମାନଙ୍କୁ ମାଗଣାରେ ରହିବା ଖାଇବା ସହ ନିୟମିତ ସ୍ଵାସ୍ଥ୍ୟ ପରୀକ୍ଷା କରି ଔଷଧ ମଧ୍ୟ ପ୍ରଦାନ କରାଯିବା
ଏହାର ପରିଚାଳନା ଦାୟୀତ୍ଵ ୩ଟି ବଡ଼ ବଡ଼ ଅଭିଜ୍ଞ ସଂପନ୍ନ ସ୍ଵେଛାସେବୀ ସଂଗଠନକୁ ଦିଆଯିବ ବୋଲି ଜଣାପଡିଛି ।
ତେବେ ଏହି କୋଠାର ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ହୋଇଗଲାଣି। ତେବେ କେବେ ଏହା ଭଦଘାଟନ ହୋଇ କାର୍ଯ୍ୟକ୍ଷମ ହେବ ଜଣାପଡିନି।କନ୍ଧମାଳ ସାଂସଦ ଡଅଚ୍ୟୁତ ସାମନ୍ତ ଓ ଫୁଲବାଣବିଧାୟକ ଅଙ୍ଗଦ କହଁର ଏହି ପ୍ରତି ଦୃଷ୍ଟିଦେଇ ତୁରନ୍ତ ଉଦଘାଟନ କରି କାର୍ଯ୍ୟକ୍ଷମ କଲେ ଜିଲ୍ଲାର ଶହ ଶହ ବୃଦ୍ଧବୃଦ୍ଧା,ଭିନ କ୍ଷମ ପିଲାମାନେ ଉପକୃତ ହୋଇପାରନ୍ତେ ବୋଲି ବୃଦ୍ଧିଯିବୀ, ବରୀଷ୍ଠ ନାଗରୀକ ମଞ୍ଚ, ଓ ସ୍ଥାନୀୟ ଲୋକେ ମତବ୍ୟକ୍ତ କରିଛନ୍ତି । ତେବେ . ଅଳ୍ପ କିଛି କିଛି
କାର୍ଯ୍ୟ ବାକି ରହିଛି ସେ ସବୁକୁ ଶିଘ୍ର ସାରିବା ଲାଗି ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି.. କାର୍ଯ୍ୟ ସରିଲେ ଅତି ଶିଘ୍ର ଉଦଘାଟନ ହେବ ବୋଲି ସାଂସଦ ସାମନ୍ତ କହିଛନ୍ତି । ଏହା ସରକାରଙ୍କ ଏକ ଭଲ କାର୍ଯ୍ୟକ୍ରମ ଯେଉଁଥିରେ କି ବୃଦ୍ଧବୃଦ୍ଧା, ଭିନ୍ନ କ୍ଷମ ବ୍ୟକ୍ତି ଉପକୃତ ହୋଇପାରିବେ ବୋଲି ସାମନ୍ତ କହିଛନ୍ତି ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































