ମୁଖ୍ୟମନ୍ତ୍ରୀ ଙ୍କ ବରଗଡ଼ ଜିଲ୍ଲା ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି
ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)
ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବରଗଡ଼ ଜିଲ୍ଲା ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି। ବିଜେପୁର ନିକଟସ୍ଥ ଏମ ଗଣ୍ଡପାଲି ଠାରେ ଥିବା ମିନି ଷ୍ଟାଡିୟମ ଠାରେ ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି ଥିବା ଜଣାପଡିଛି। ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଏବଂ ଜିଲ୍ଲା ଏସପି ରାହୁଲ ଜୈନ ସଭା ସ୍ଥଳରେ ପହଞ୍ଚି ସମସ୍ତ ପ୍ରକାର ଆୟୋଜନ ର ତଦାରଖ କରିଥିଲେ। ଏହି ସଭା ପାଇଁ ସୁରକ୍ଷା ବ୍ୟବସ୍ଥା କୁ ଆଜି ଠାରୁ କଡ଼ା କରାଯାଇଥିବା ଜିଲ୍ଲା ଏସପି ରାହୁଲ ଜୈନ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ୨ ଜଣ ଅତିରିକ୍ତ ଏସପି,୧୦ ଜଣ ଡିଏସପି,୧୫ ଜଣ ଇନ୍ସପେକ୍ଟର,୨୫ ଜଣ ସବ ଇନସ୍ପେକ୍ଟର,୪୦ ଜଣ ଏଏସଆଇ ଙ୍କ ସମେତ ୨୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ସେହିପରି ଟ୍ରାଫିକ ଏବଂ ପାର୍କିଂ ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ କିର୍ଯ୍ୟସୂଚୀନୁଯାୟୀ ସେ ଭୁବନେଶ୍ୱର ରୁ VT-JMG GT ପ୍ଲେନ ରେ ପଦ୍ମପୁର ସ୍ଥିତ ସତୀଭଟା ବିମାନ ବନ୍ଦର ରେ ଦିନପ୍ରାୟ ୧୧.୦୫ରେ ପହଞ୍ଚି ସେଠାରୁ ଅଗଷ୍ଟ ୧୦୯ VT-ODH ହେଲିକପ୍ଟର ରେ ମିନି ଷ୍ଟାଡିୟମ ଠାରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇ ମଧ୍ୟାହ୍ନ ୧୧.୫୯ ମିନିଟରେ ସଭା ସ୍ଥଳି ରେ ପହଞ୍ଚିବେ। ସେଠାରେ (୨୬ମିନିଟ) କାର୍ଯ୍ୟକ୍ରମ ରେ ଯୋଗ ଦେଇ ପୁଣି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ। ଅଧଘଣ୍ଟା ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମ ରେ ମୁଖ୍ୟତଃ ୨୫୦ଜଣ ହିତାଧିକାରୀ ଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରାଯିବ। ସେହିପରି ୨୯୫ କୋଟି ଟଙ୍କାର ୧୫୦ ଟି ବିଭିନ୍ନ ଜନ କଲ୍ୟାଣ କାରି ଯୋଜନା ର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିବେ। ଏହି ସଭାରେ ସଂପୂର୍ଣ୍ଣ କୋଭିଡ ଗାଇଡ ଲାଇନ ଅନୁସାରେ ଆୟୋଜନ ହେଉଛି। ଏଥିରେ ଯୋଗ ଦେଉଥିବା ସମସ୍ତ ଙ୍କ ର ଆରଟିପିସିଆର ଟେଷ୍ଟ ହୋଇଥିବା ଜିଲ୍ଲାପାଳ ମନୀଷା ବାନାର୍ଜୀ କହିଛନ୍ତି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































