ଛାତ ରୁ ଡେଇଁ ଗଂଜେଇ ଅଭିଯୁକ୍ତ ଗୁରୁତର
ଫୁଲବାଣୀ (ସୁନୀଲ ପଟନାୟକ)
ଛାତ ରୁ ପଡି ଗଂଜେଇ ଅଭିଯୁକ୍ତ ଗୁରୁତର l ଗୁରୁତର ଆହାତ ହୋଇଥିବା ଅଭିଯୁକ୍ତ ଜଣକ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଅମିତ ନାୟକ l
ଗୁରୁତର ଅବସ୍ଥା ରେ ଅମିତ ଙ୍କୁ ପ୍ରଥମେ ଫୁଲବାଣୀ ସଦର ମହକୁମା ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି
କରା ଯାଇଥିଲା ତେବେ ଅମିତ ଙ୍କ ଅବସ୍ଥା ଗୁରୁତର ଥିବା ରୁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି l
ସୂଚନା ଯୋଗ୍ୟ ଯେ ଫୁଲବାଣୀ ଅବକାରୀ ଟିମ ଚଢ଼ାଉ କରି କଲେଜ ଛକ ନିକଟରୁ ଗଂଜେଇ ସହ ଗିରଫକରି ଅବକାରୀ ବିଭାଗ କାର୍ଯ୍ୟାଳୟ କୁଆଣି ପଚରା ଉଚରା କରିବାବେଳେ ଅଭିଯୁକ୍ତ ଅମିତ ଖସି ଆସି ଭାୟରେ ଛାତ ଉପରକୁ ଯାଇ ଡେଇଁ ପଡିଥିବା କୁହାଯାଉଥିବା ବେଳେ କେହି କେହି ଅବକାରୀ କର୍ମଚାରୀ ମାଡ଼ମାରି ଠେଲି ଦେଇଥିବା କହୁଛନ୍ତି l
ତେବେ କିଏ ଠିକ କହୁଛି ତଦନ୍ତ ପରେ ଜଣାପଡିବl
 
         
             Odia
 Odia 













































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































