କନ୍ଧମାଳ ଜିଲ୍ଲାରେ ଆଉ ୭୩ ହାଇ ସ୍କୁଲ ରୂପାନ୍ତରଣ ହେବ
ଫୁଲବାଣୀ(ସୁନୀଲପଟନାୟକ)
ଗତ ୧୧ ତାରିଖ ଦିନ ପ୍ରଥମ ପ୍ରର୍ଯ୍ୟାୟରେ ୫ଟି ଅନ୍ତର୍ଭୁକ୍ତ କରାଯାଇ କନ୍ଧମାଳ ଜିଲ୍ଲାରେ ୧୦ଟି ହାଇସ୍କୁଲ ରୂପାନ୍ତରଣ ହୋଇ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୭୩ ହାଇସ୍କୁଲକୁ ୫ଟି ଅନ୍ତର୍ଭୁକ୍ତ କରାଯାଇ ରୁପାନ୍ତରଣ କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ଏନେଇ ଗତ ଅକ୍ଟୋବର ୧ରେ ଜିଲାପାଳ ଡ। . ବୃନ୍ଦାଡ଼ିଙ୍କ ଅଧ୍ୟକ୍ଷତାରେଜିଲ୍ଲାସ୍ତରରେ ଏକ ବୈଠକ କରାଯାଇ ନିଷ୍ପତ୍ତି ନିଆଯିବା ପରେ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଛି। ସେଠାରୁ ଅନୁମୋଦିତ ଲାଭ କଲା ପରେ ଅତି ଶିଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡିଛି । ୭୩ ହାଇସ୍କୁଲମଧ୍ୟରୁ ଫୁଲବାଣୀ ବ୍ଳକର୬ଗୋଟି ହାଇ ସ୍କୁଲ ଯଥା ୟୁଜିଏଚ୍ଏସରୁଜାଙ୍ଗି, ଶ୍ରୀଦେବୀ ହାଇସ୍କୁଲ ବିଶିପଡ଼ା, ଓଏଭି ଧୋବା ତୋଟା, ସର କIରି ହାଇସ୍କୁଲ 6କରେଡି, ସରକାରି ହାଇ ସ୍କୁଲ
ତୁଡ଼ି ପାଜୁ,ଜାମୁଝରି, ହୋ ଇଥିବାବେଳେ ଚକାପାଦ ବ୍ଳକର ୭ଟି ଯଥା ବରିଗାଁ, ବାପଲମେଣ୍ଡି, ବ୍ରାହ୍ମଣପାଦ, ଓଏଭିଚକାପାଦ , ନେଡ଼ିଗୁଡ଼ା, ଲାଇନ ପଢ଼ା, ସରକାରି ହାଇସ୍କୁଲଶଙ୍କରା ଖୋଲ, ଖଜୁରୀପଡ଼ା ବ୍ଳକର୬ଟି ହାଇସ୍କୁଲ ମଧ୍ୟରୁ
ନୋଡ଼ାଲ ହାଇସ୍କୁଲ ଖଜୁରୀପଡ଼ା, ୟୁଜିଏଚ୍ଏସ ପିରି କୁଡି,ସୂଡ୍ରେ ଜୁ,ସୁଡୁରୁ କୁମ୍ପା, ଓ.ଏ.ଭି ଦୁତିମେଣ୍ଡି,ଫିରିଙ୍ଗିଆ ବ୍ଲକର ୮ଟି ହାଇ ସ୍କୁଲ ହେଲା ବାଳନ୍ଦାପଡ଼ା, ବନ୍ଧ ଗଡ଼,ଶୁଣ୍ଡି ଗାଁ ଡିଣ୍ଡରା ଗାଁ,କ୍ରାଣ୍ଡି ବାଲି, ଲୁଇସିଙ୍ଗ, ନୂଆ ପଦର, ୟୁଜିଏଚଏସ ଫିରିଙ୍ଗିଆ, ବାଲିଗୁଡ଼ା ବ୍ଲକର୬ଗୋଟି ହାଇସ୍କୁଲ ହେଲା ସରକାରୀ ହାଇସ୍କୁଲ ବାଲିଗୁଡ଼ା, ବାରଖମା, ମିଡିଆ କିଆ .ଓଏଭି ବାଲିଗୁଡା ପରମପାଙ୍ଗା, ଜାର ଗିଭଟ୍ଟା, ଅନ୍ୟତମ, କ.ନୂଆ ଗାଁ ବ୍ଲ୍କକ୍କ ର ୫ଟି ହାଇସ୍କୁଲ ହେଲା ଶର୍ଶି ମାହା , ଓ ଏ.ଭି କୁଡ଼ୁତୁଲି, ଲେଟିଙ୍ଗିଆ, ତିଳକ ପାଙ୍ଗା, ସାରଙ୍ଗଡ଼ ଅନ୍ୟତମ, ସେହିପରି କୋଟଗଡ଼ ବ୍ଳକର୬ଟି ହାଇସ୍କୁଲ ହେଲା ଓ ଏଭିକୋଟଗଡ଼, ମାଦାଗୁଡ଼ା, ମାର୍ଲାଙ୍ଗ, ପକାରୀ, ଶ୍ରୀରାମପୁର, ଓ ସୁବର୍ଣ୍ଣଗିରି,ଅନ୍ୟତମ.ତୁମୁଡ଼ିବନ୍ଧ ବ୍ଲକ ର ୫ଟି ହାଇସ୍କୁଲ ମଧ୍ୟରୁ ଧୁଡ଼ୁସି, ଝିରିପାଣି ,ଲଙ୍କାଗଡ଼,ସିର୍ଲା, ଓ ଏ.ଭି ଜଲେଶପଟ୍ଟା , ଅନ୍ୟତମ, ଦାରିଙ୍ଗବାଡି ବ୍ଳକର ୭ଟି ହାଇସ୍କୁଲ ମଧ୍ୟରୁ ଭ୍ରମର ବାଡି , ବ୍ରାହ୍ମଣୀ ଗାଁ, ଆଲି ମାହା , ଝିଞ୍ଜିରିଗୁଡ଼ା, ଶିକର ମହା, କିରି କୁଟି, ଓ ଏ.ଭି ଦାରିଙ୍ଗବାଡି, ଜି ଉଦୟଗିରି ବ୍ଳକର ୬ଟିହାଇସ୍କୁଲ ହେଲା ହବାକ ହାଇସ୍କୁଲ, ଗ୍ରେସିଙ୍ଗିଆ, ଲିଙ୍ଗା ଗଡ଼, ବାଟିଙ୍ଗିଆ,ତଲାରି ମାହା ,ବନ ଶ୍ରୀ ବାଳିକା ହାଇସ୍କୁଲ ବୁରୁ ବି ନାଜୁ, ରାଇକିଆବ୍ଲକର୬ଗୋଟି ହାଇସ୍କୁଲ ମଧ୍ୟରୁ ବଡ଼ବାରବା, ମ୍ଲା ହୁପାଙ୍ଗା,କରଡ଼ା, ଆଡ଼ା ସିକୁ ପା, ଓ ଏ,ଭି ରାଇକିଆ, ଓଶୁଗଡବାଡି ଅନ୍ୟତମ, ସେହିପରି ଟିକାବାଲି ବ୍ଳକ 6ର ହାତକୁ ନିଆଯାଇଥିବା୫ଟି ହାଇସ୍କୁଲ ହେଲା ବଡିମୁଣ୍ଡା, କଇଁ ଝର, ଓ .ଏ.ଭି ସଲପଗାଁ, ଦୟାନନ୍ଦ ହାଇସ୍କୁଲ, ପାବୁରିଆ ଓ ସରକାରୀ ହାଇସ୍କୁଲ ଟିକା ବାଲି ଅନ୍ତର୍ଭୁକ୍ତ ।
ଏ ସବୁ ହାଇ ସ୍କୁଲ ରୂପାନ୍ତରଣକାର୍ଯ୍ୟ ସଂପୃକ୍ତ ବ୍ଳକ କରିବ ବୋଲି ଜଣାପଡିଛି ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































