ପଵିତ୍ର ଶିଶୁ ଦିଵସ ଅବସରରେ ଅଙ୍ଗନବାଡି ଶିଶୁ ଙ୍କୁ ସ୍ଵେଟର ବଣ୍ଟନ
ଫୁଲବାଣୀ
(ସୁନୀଲ ପଟନାୟକ )
ପବିତ୍ର ଶିଶୁଦିବସ ଅବସରରେ ରବିବାର ଫୁଲବାଣୀ ଏଫସି ଆଇ ନିକଟ ଅରବିନ୍ଦ ନଗର ଅଙ୍ଗନବାଡି କେନ୍ଦ୍ର ପୋଷାକ ବଣ୍ଟନ ଉତ୍ସବ ରେ ବରିଷ୍ଠ ସାମ୍ବାଦିକ ତଥା ପ୍ରେସକ୍ଲବ ସଭାପତି ସୁନୀଲ ପଟନାୟକ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ଥିବା ବେଳେ ବରିଷ୍ଠ ସାମ୍ବାଦିକ ସନ୍ତୋଷ ଡି ଗାଲ, ଖିରୋଦ ସାହାଣୀ ପ୍ରମୁଖ ଅତିଥୀ ଭାବେ ଯୋଗ ଦେଇ ଶିଶୁ ମାନେ ଦେଶର ଭ ବିଷ୍ୟତ ସେମାନେ ସୁସ୍ଥ ରହିବା ସହ ଯେପରି ସୁନାଗରିକ ହୋଇ ଦେଶ ଗଠନ ରେ ସହାୟକ ହେଇପାରିବେ ସେଥିପ୍ରତି ଅବିଭାବକ, ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଗୁରୁ ଦା ୟୀ ତ୍ବ ରହିଥିବା କହିଥିଲେ l ଶିଶୁ ଦିଵସ ଅବସରରେ ଶିଶୁ ମାନକୁ ପୋଷାକ ପ୍ରଦାନ କରି ଖୁସି ବ୍ୟକ୍ତ କରିଥିଲେ ଅତିଥୀ ମାନେ l ଅନ୍ୟ ମାନଙ୍କମଧ୍ୟରେ ଅଙ୍ଗନବାଡି କର୍ମୀ ବୈଜୟନ୍ତୀ କଁହର, ଓ ଅବିଭାବକ ମାନେ ଉପସ୍ଥିତ ଥିଲେ l
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































