ଚାଚା ନେହେରୁ ଙ୍କୁ ସମ୍ମାନ ଦେଲେ ଗଡଜାତ ପରିକ୍ରମାର ସଭ୍ୟମାନେ
ଆଠଗଡ(ଉଲାପ୍ର)ପୂଜ୍ୟପୂଜା ପ୍ରତି ସମ୍ମାନ ଜଣାଇଲା ଆଠଗଡ ର ଅଗ୍ରଣୀ ସ୍ବେଛାସେବୀ ସଙ୍ଗଠନ ଗଡଜାତ ପରିକ୍ରମା, ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ୧୩୨ ତମ ଜନ୍ମଜୟନ୍ତି ଅବସରରେ ଗଡଜାତ ପରିକ୍ରମା ତରଫରୁ ସ୍ମୃତିପୀଠ ଠାରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି।ଜବାହରଲାଲ ନେହେରୁଙ୍କ ଜନ୍ମଦିନ କୁ ଶିଶୁ ଦିବସ ଭାବେ ପାଳନ କରାଯାଉଥିବା ବେଳେ କରୋନା ମହାମାରୀ ଯୋଗୁ ଅଳ୍ପ ସଂଖ୍ୟକ ସଭ୍ୟଙ୍କ ଜରିଆରେ କେବଳ ନେହେରୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି।ଗଡଜାତ ପରିକ୍ରମାର ଉପସଭାପତି ସୁରେଶ ଚନ୍ଦ୍ର ପରିଡା,ସମ୍ପାଦକ ଲଲାଟେନ୍ଦୁ ସେନାପତି,ବରିଷ୍ଠ ସଭ୍ୟ ପ୍ରଭାକର ପଟ୍ଟନାୟକ, ସୁବାସ ରାଉତ,ଅଶୋକ କୁମାର ଦାଶ, ସନ୍ତୋଷ ବାରିକ,ସର୍ବେଶ୍ୱର ପଣ୍ଡା ପ୍ରମୁଖ ଯୋଗଦେଇ ମାଲ୍ୟାର୍ପଣ କରିଥିଲେ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































