ଆଜି ବାବା ଧବଳେଶ୍ବର ଙ୍କ ବଡଓଷା ଓ ବଡ଼ସିଂହାର ବେଶ,ରାତ୍ରିରେ ଲାଗିହେବ ଗଜଭୋଗ
।
ଆଠଗଡ(ଉଲାପ୍ର)କଟକ ଜିଲା ଆଠଗଡ ର ଆରାଧ୍ୟ ଦେବ ଧବଳେଶ୍ବର ଙ୍କ ପୀଠରେ ଆଜି ମଧ୍ୟରାତ୍ରରେ ଅନୁଷ୍ଠିତ ହେବ ବଡଓଷା ଓ ବଡ଼ସିଂହାର ବେଶ।
,କ ରୋନା କଟକଣା ଯୋଗୁ ପୀଠରେ ୧୨ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଭକ୍ତ ପୀଠକୁ ନଆସିବା ପାଇଁ ପୀଠରେ ପ୍ରଶାସନ ତରଫରୁ ୧୪୪ ଧାରା କରାଯାଇଛି, ଶ୍ରୀଦେବଙ୍କ ସେବା ଓ ନୀତିରେ କୌଣସି ବ୍ୟତିକ୍ରମ କରାଯାଇନାହିଁ।ଆଜି ମଧ୍ୟରାତ୍ରୀ ତ୍ରୟୋଦଶୀ ଓ ଚତୁର୍ଦସି ର ସଂଧିକ୍ଷଣ ରେ ବାବା ଧବଳେଶ୍ବର ଙ୍କୁ ମହାନଦୀର ୧୦୮ ଗରା ଜଳ ସହିତ ସୁ ସୋଭିତ ଅଗୁର,ଚନ୍ଦନ ମିଶାଯାଇ ସ୍ନାନ କରାଯିବା ପରେ ଶ୍ରୀଦେଵ ଙ୍କୁ ବଡ଼ସିଂହାର ବେଶ ରେ ସଜିତ କରାଯିବ,।
ଏ ବେଶ ଅତ୍ୟନ୍ତ ଦୁର୍ଲଭ ବେଶ ହୋଇଥିବା ଯୋଗୁ କେବଳ ଗେଣ୍ଡୁ ଫୁଲରେ ଏହି ବେଶ ହୋଇଥାଏ,ପରେ ରାତି ୩ ଟାରେ ବାବାଙ୍କ ନିକଟରେ ଗଜଭୋଗ ଓ ତରଣ ଭୋଗ ଲାଗିହେବ,।ମଞ୍ଚେଶ୍ୱର ଗ୍ରାମର ପ୍ରତେକ ମହିଳା ବାବାଙ୍କ ନିକଟରେ ଏହି ଗଜଭୋଗ ଲଗାଇବା ପାଇଁ ପ୍ରତେକ ପୂଜକ ପରିବାର ଶ୍ରଦ୍ଧାର ସହିତ ଧବଳେଶ୍ବର ଙ୍କ ଗଜ ମଣ୍ଡା ତିଆରି କରିଥାନ୍ତି ନିଷ୍ଠାର ସହିତ,।
ଆସନ୍ତାକାଲି ଶ୍ରଦ୍ଧାଳୁ ମାନେ ଧବଳେଶ୍ବର ଙ୍କ ଗଜଭୋଗ ପାଇ ପାରିବେ ହେଲେ କରୋନା ଯୋଗୁ ପୀଠ ଖାଁ ଖାଁ ଲାଗୁଚି। ତେବେ ପୂଜକ ଙ୍କ ପକ୍ଷରୁ ସମସ୍ତ ସେବାୟତ ଙ୍କ ଘରକୁ ଗଜ ଭୋଗ ବିତ୍ତରଣ ର ବ୍ୟବସ୍ଥା କରାଯାଇଛି।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































