ମହିଳା ଜନ ସୁରକ୍ଷା ମଞ୍ଚ ତରଫରୁ ଗୁଞ୍ଜରଣ ଶିକ୍ଷା ରଥ ଅଭିଯାନ ଉପରେ ନବରଙ୍ଗପୁର ଠାରେ ସାମ୍ବାଦିକ ସମ୍ବିଳନୀ
ନବରଙ୍ଗପୁର(ଉଲାପ୍ର)
ନବରଙ୍ଗପୁର ଜିଲ୍ଲା ନବରଙ୍ଗପୁର ସ୍ଥିତ ଗ୍ରାମ ବିକାଶ ସଂଗଠନ ବୈଠକ ଗୃହରେ ଶିକ୍ଷା ସଚେତନ ଉପରେ ଗୁଞ୍ଜରଣ ରଥ ଅଭିଯାନ ପାଇଁ ମହିଳା ଜନ ସୁରକ୍ଷା ମଞ୍, ନବରଙ୍ଗପୁର ଜିଲ୍ଲା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା |
ଏହି ଶିକ୍ଷା ଯାତ୍ରା ର ଉଦ୍ଦେଶ୍ୟ ହେଉଛି ଦୀର୍ଘ ଦିନଧରି ବିଦ୍ୟାଳୟ ବନ୍ଦ ଥିବା ଯୋଗୁଁ ପିଲା ମାନଙ୍କର ଶିକ୍ଷଣ ଓ ମାନସିକ ସ୍ଥିତି ସମ୍ପର୍କରେ ଅବଗତ ହେବା , ବିଦ୍ୟାଳୟ ଭିତ୍ତିଭୂମିର ସ୍ଥିତି ଏବଂ ଆବଶ୍ୟକତା ଉପରେ ଅଧ୍ୟୟନ କରିବା, ଶିକ୍ଷାର ମହତ୍ଵ ବିଷୟରେ ସଚେତନତା କରିବା ଏବଂ ବିଶେଷ କରି ପିଲାମାନେ ବିଦ୍ୟାଳୟ ଖୋଲିଲା ପରେ କେମିତି ପୁନଃ ବିଦ୍ୟାଳୟକୁ ଆସିବେ ଏବଂ ପାଠପଢା ଜାରି ରଖିବେ ସେ ଦିଗରେ ଅଭିଭାବକ ଏବଂ ଗ୍ରାମବାସୀ ମାନଙ୍କୁ ସଚେତନ କରାଇବା । ଏତଦ୍ ବ୍ୟତୀତ ପିଲାମାନଙ୍କର ମାନସିକ ସ୍ଥିତି, ଶିକ୍ଷକମାନଙ୍କର ଆହ୍ବାନ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ/ସଦସ୍ୟାମାନଙ୍କ ପ୍ରତି ଥିବା ଆହ୍ଵାନ ଉପରେ ଅଧ୍ୟୟନ ରିପୋର୍ଟ ପ୍ରସ୍ତୁତ କରି କାର୍ଯ୍ୟ ଓ ଯୋଜନା ପ୍ରସ୍ତୁତ କରିବାକୁ ରାଜ୍ୟ ସରକାରଙ୍କ ଦ୍ରୁଷ୍ଟି ଆକର୍ଷଣ କରିବା ହେଉଛି ଏହି ଗୁଞ୍ଜରଣ ଶିକ୍ଷା ଯାତ୍ରା ଅଭିଯାନର ପ୍ରମୁଖ ଉଦ୍ଦେଶ୍ୟ । ଏହି ଉଦଘାଟନୀ କାର୍ଯ୍ୟକ୍ରମ ରେ ,ମହିଳା ଜନ ସୁରକ୍ଷା ମଞ୍ଚର ସଭ୍ୟ ଓ ସଂଗଠନର ବିଭିନ୍ନ କର୍ମୀ ଯଥା ବ୍ଳକ ସଂଯୋଜକ ବୀଣାପାଣି ସାହୁ ,ପଦ୍ମନ ଜାନୀ, ସ୍ମୃତି ପଣ୍ଡା, ଦିଲ୍ଲୀପ କୁମାର ଛାତ୍ରୀଆ, ଭୁଜବଳ ବିଷି, ବିଷ୍ଣୁ ଦାସ ପନକା, ଚନ୍ଦ୍ରଭାନୁ ଭୋଗତା, ଅନିତା ଖରା, ଜିଲ୍ଲା ସଂଯୋଜକ ତ୍ରିଲୋଚନ ବାଘ ଓ ବସନ୍ତ କୁମାର ସ୍ୱାଇଁ ଏବଂ ସଂଗଠନର ରାଜ୍ୟ ସଂଯୋଜଜ(କୃଷି) ବାଳକୃଷ୍ଣ ପଟ୍ଟନାୟକ ସହ ପଂଚାୟତ ସ୍ତରୟ କର୍ମୀ ଓ ଶିକ୍ଷା ସ୍ୱେଚ୍ଛାସେବୀ ମାନେ ଯୋଗଦେଇ ଏହି ଅଭିଯାନକୁ ସଫଳ କରିବା ପାଇଁ ସଂକଳ୍ପ କରିଥିଲେ ।|
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































