ସର୍ବଭାରତୀୟ ଗବେଷଣାତ୍ମକ ନିବନ୍ଧରେ ବରଗଡ଼ ଛାତ୍ର ଙ୍କ କୃତିତ୍ୱ
ବରଗଡ:(ସତ୍ୟ ନାରାୟଣ ପ୍ରଧାନ)
ଭାରତ ସରକାରଙ୍କ ପରମାଣୁ ଶକ୍ତି ବିଭାଗ ଦ୍ଵାରା ଆୟୋଜିତ କୋଭିଡ ନିୟନ୍ତ୍ରଣ ରେ ପ୍ଲାଜ୍ମା ଓ ଲେଜର୍ ର ପ୍ରୟୋଗ ଶୀର୍ଷକ ଗବେଷଣାତ୍ମକ ନିବନ୍ଧ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ରାଷ୍ଟ୍ରୀୟ ବିଜ୍ଞାନ ଶିକ୍ଷା ଓ ଅନୁସନ୍ଧାନ ସ°ସ୍ଥାନ ( ନାଇଜର)ରେ ଅଧ୍ୟୟନରତ ବରଗଡ଼ ର ଛାତ୍ର ସନ୍ତୋଷ ସୈାରଭ ସାହୁ ଶ୍ରେଷ୍ଠ ଦଶଜଣଙ୍କ ମଧ୍ୟରେ ସ୍ଥାନ ପାଇ ନାଇଜର୍ ଓ ବରଗଡ଼ ପାଇଁ ଗୈାରବ ଆଣିଛନ୍ତି। ଏଥିପାଇଁ ତାଙ୍କୁ ପରମାଣୁ ଶକ୍ତି ବିଭାଗ ତରଫରୁ ଦଶ ହଜାର ଟଙ୍କା ପୁରସ୍କାର ସ୍ଵରୂପ ପ୍ରଦାନ କରାଯିବ।ତାଙ୍କର ଉକ୍ତ ସଫଳତା ପାଇଁ ନାଇଜର ର କୁଳପତି ଡକ୍ଟର ଅଭୟ କୁମାର ନାୟକ, ନିର୍ଦ୍ଦେଶକ ଡକ୍ଟର ସୁଧାକର ପଣ୍ଡା,ଡିନ୍ ଡକ୍ଟର ପ୍ରଣୟ ସ୍ଵାଇଁ ଓ ମାର୍ଗ ଦର୍ଶକ ଡକ୍ଟର ଶୁଭଙ୍କର ବେଦାନ୍ତ ତଥା ଅନ୍ୟ ଅଧ୍ୟାପକ ବୃନ୍ଦ ଅଭିନନ୍ଦନ ଜ୍ଞାପନ କରିଛନ୍ତି। ସୂଚନାଯୋଗ୍ୟ ଯେ ଶ୍ରୀମାନ ସାହୁ ପୂର୍ବରୁ ପ୍ରଧାନମନ୍ତ୍ରୀ ଙ୍କ ପ୍ରମାଣ ପତ୍ର ସହ କେତେକ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବହୁବାର ପୁରସ୍କୃତ ହୋଇଛନ୍ତି। ଶ୍ରୀ ମାନ ସାହୁ ବରଗଡ଼ ର ଶିଶୁ ସାହିତ୍ୟିକ ଡକ୍ଟର ରବିନାରାୟଣ ସାହୁ ଓ ଜର୍ଜ ହାଇସ୍କୁଲ ର ଶିକ୍ଷୟିତ୍ରୀ ବୀଣାପାଣି ସାହୁଙ୍କ ଏକମାତ୍ର ପୁତ୍ର ଅଟନ୍ତି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































