ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ତରଫରୁ ତାଳବରକୋଟ ପଞ୍ଚାୟତରେ ଶିଶୁମାନଙ୍କୁ ଇଂରାଜୀ କିଟ୍ ବଣ୍ଟନ
ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ସଦର ବ୍ଲକ୍ ଶାଖା ତରଫରୁ ତାଳବରକୋଟ ଜି.ପି. ର ସିଆରିଆ ଗ୍ରାମରେ ଇଂରାଜୀ କିଟ୍ ବଣ୍ଟନ କାର୍ଯ୍ୟକ୍ରମ ହୋଇଯାଇଅଛି । କାର୍ଯ୍ୟକ୍ରମର ସଭାପତି ବୈକୁଣ୍ଠ ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗ୍ରାମର ମୁଖ୍ୟ ସଞ୍ଜୟ ପରିଡ଼ା, ଫୋରମର ସଦର ବ୍ଲକ୍ ସମ୍ପାଦକ ମିଟୁନା ବେହେରା, ତଳବରକୋଟ ସଭାପତି ଚିନ୍ତାମଣି ମହାନ୍ତି , ଦିଦି ଅଙ୍କିତା ବେହେରା, ଶୈଳବାଳା ରାଉତ ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫୋରମର ଜିଲ୍ଲା ସମ୍ପାଦକ ଭରତ କୁମାର ଦାସ ସଂଗଠନ ଦ୍ଵାରା ହେଉଥିବା ବିଭିନ୍ନ ସେବା କାର୍ଯ୍ୟର ବିବରଣୀ ଦେବା ସହିତ ଚଳିତ ବର୍ଷକୁ ଶିକ୍ଷା ବର୍ଷ ରୂପେ ପାଳନ କରି ଫୋରମର କିଟ୍ ବଣ୍ଟନ କାର୍ଯ୍ୟକ୍ରମକୁ ହାତକୁ ନେଇଥିବାର ସୂଚନା ଦେଇଥିଲେ । ଅନ୍ୟାନ୍ୟ ପଞ୍ଚାୟତରେ ସେବାକାର୍ଯ୍ୟ କରିବା ପାଇଁ ଆଗ୍ରହୀ ଯୁବକମାନେ ଆଗ୍ରହ ପ୍ରକାଶ କଲେ ସେ ସବୁ ପଞ୍ଚାୟତରେ ମଧ୍ୟ କିଟ୍ ବାଣ୍ଟିବା ବ୍ୟବସ୍ଥା କରାଯିବ । ଅନ୍ୟମାନଙ୍କ ମଧ୍ୟରେ ପ୍ରଭାତ ଦେହୁରୀ , ସସ୍ମିତା ଦେହୁରୀ, ଭଜମନ ଜେନା , ନମିତା ନାଏକ, ସସ୍ମିତା ନାଏକ, ଦାନେଇ ସାମନ୍ତରାୟ, ବୀଣାପାଣି ବେହେରା ଆଦି ଉପସ୍ଥିତ ଥିଲେ ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































