ମୁକ୍ତା ଯୋଜନା ଜି ଉଦୟଗିରି ବାସୀଙ୍କୁ ସୁବିଧା ମିଳିବ
ଫୁଲ ବାଣୀ-୨୧/୧୧(ସୁନୀଲ ପଟନାୟକ)
ବିଳମ୍ବରେ ରେ ହେଲେ ବି ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ମୁକ୍ତ । ଯୋଜନାରେ ଜିଉଦୟଗିରି ଏନଏସିକୁ ୨କୋଟି ୧୮ ଲକ୍ଷ ଟଙ୍କା ଅନୁବାନଯୋଗାଇ ଦେଇଛନ୍ତି ।
ଫଳରେ ସହର ବ।ସୀ ଖୁସି ବ୍ୟକ୍ତ କରିଛନ୍ତି ।
ଏହି ଅର୍ଥରେ ଉଦ୍ୟାନ, ପବ୍ଲିକ ଜିମ, ଶିଶୁ ଉଦ୍ୟାନ, ଚାଲିବା ରାସ୍ତା, ୨ଟି ଶୌଚାଳୟ ୧୧ଟି ରାସ୍ତା ଓ ଡ୍ରେନ ଆଦି ୩୧ଟି ନୂତନ ପ୍ରକଳ୍ପମାନ ନିର୍ମାଣ କରାଯିବ। ଏନେଇ ନଗର ବିଜେଡି ପକ୍ଷରୁ ବିଧାୟକସାଲୁଗା ପ୍ରଧାନଙ୍କ ଉପସ୍ତିତିରେ ସାମ୍ବାଦିକମାନଙ୍କୁ ସୂଚନା ଦିଆଯାଇଛି । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ6ମତ ୫ଟି ସଚିବ ଭି କେ ପାଣ୍ଡିଆନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା।
ଏହି ନିର୍ମାଣକାର୍ଯ୍ୟ ତୁରନ୍ତ ସରିବା ନେଇ ଉଦ୍ୟମ କରାଯିବ ବୋଲି ବିଧାୟକ ପ୍ରଧାନ କହିଛନ୍ତି । ଏହା ଦ୍ଵାରା ସହର ବାସୀ ଉପକୃତ ହେବେ ବୋଲି କୁହାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ନଗର ବିଜେଡି ସଭାପତି ଗୋପାଳ ମହାପାତ୍ର, ବ୍ଲକ ବିଜେଡି ସଭାପତି ଲିଙ୍ଗରାଜ କହଁର,ବ୍ଲକ୍ ଅଧ୍ୟକ୍ଷ ହୃଦାନନ୍ଦ କହର, ନଗର ବିଜେଡି ସଭାନେତ୍ରୀ ଭାନୁ ପ୍ରଭା ମିଶ୍ର ସଂସଦ ପ୍ରତିନିଧି ସାମନ୍ତ ନାଏକ ସମେତ ବହୁ ବିଜେଡି ନେତା ଉପସ୍ଥିତ ଥିଲେ ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































