ପ୍ରଥମାଷ୍ଟମୀ ପାଇଁ ହଳଦୀପତ୍ରର ଚାହିଦା ବଢୁଛି
.
ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ହଳଦୀର ଯେପରି ଚାହିଦା ରହିଛି ସେହିପରି ହଳଦୀପତ୍ରର ମଧ୍ୟ ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି । ହଳଦୀପତ୍ରରେ ପ୍ରସ୍ତୁତ ପିଠା ବେଶ ସୁଆଦିଆ ହୋଇଥିବାରୁ ଏବେ ଗତ ୩/୪ ବର୍ଷ ହେଲା ହଳଦୀପତ୍ରରଡ଼ିମାଣ୍ଡ ବଢିଛି । ଚାଷୀ ଏବେ ହଳଦୀପତ୍ର ବିକ୍ରିକରି ମଧ୍ୟ ଭଲ ଦି ପଇସା ରୋଜଗାର ମଧ୍ୟ କରୁଛି ।
ଜିଲାର ବିଶେଷକରି ଦାରିଙ୍ଗବାଡିସିମନବାଡି,କନୂଆଗାଁ ଆଦି ଅଞ୍ଚଳର ରାସ୍ତା କଡରେ ମହିଳାମାନେ ବିଡ଼ା ବାନ୍ଧି ହଳଦୀ ପତ୍ର ବିକ୍ରି କରୁଛନ୍ତି। ୧୦ଟି ଲେଖାଏ ହଳଦୀପତ୍ର ବିଡ଼ା ୧୦ଟଙ୍କାରେ ବିକ୍ରି କରୁଛନ୍ତି । ମହିଳାମାନେ ସକାଳୁ ସକାଳୁ ହଳଦୀ କ୍ଷେତକୁ ଯାଇଛନଛନିଆ କଞ୍ଚାହଳଦୀପତ୍ର ସଂଗ୍ରହ କରିଥାନ୍ତି ଆଉ ସେ ସବୁକୁ ବିଡ଼ା କରି ବିକ୍ରି କରିଥାନ୍ତି । . ଜିଲ୍ଲା ବାହାରର ବ୍ୟବସାୟୀମାନେ ଆସି ହଳଦୀପତ୍ର ସବୁ କିଣିଗାଡିରେ ନେଇଥାନ୍ତି । ପ୍ରଥମାଷ୍ଟମୀ ପୂଜା ଲାଗି ଏ ସବୁ କଟକ ଭୁବନେଶ୍ଵର ଖୋର୍ଦ୍ଧା ପୁରୀ ଜଗତସିଂପୁର । ବାଲେଶ୍ଵର, ନୟାଗଡ଼, ଭଦ୍ରକ ଜିଲ୍ଲାକୁ ଯାଇଥାଏ ।
ହଳଦୀପତ୍ର ପିଠା କୁ ଆଡେ ବେଶ ସୁଆଦିଆ ହୋଇଥିବାରୁ ଏହାର ଚାହିଦା ଧିରେ ଧିରେ ବଢୁଥିବା କଥା ହଳଦୀପତ୍ର ବେପାରୀ କାମ ସେ ନପ୍ରଧାନ, ଲକ୍ଷ୍ମଣନା ଏକ କହିଛନ୍ତି ।
ଏହି ହଳଦୀପତ୍ରର ବିକ୍ରି କରିବା ଦିଗରେ ଜିଲ୍ଲାର ହଳଦୀ ସୋସାଇଟ କସମ. ମଧ୍ୟଉଦ୍ୟମ କରିବା ସହ ପ୍ରୋସାହନ ଯୋଗାଉଥିବା କଥା ସଂପାଦକ ସଂଜିତ ପଟ୍ଟନାୟକ କହିଛନ୍ତି।
ହଳଦୀପତ୍ର ବିକ୍ରୀ ଫଳରେ ଚାଷୀଙ୍କ ଅର୍ଥନୈତିକ ଉନ୍ନତି ହେବା ସହ ହଳଦୀ ଚାଷ ପ୍ରତି ଆଗ୍ରହ ବଢ଼ିବ ଓ ଜିଲ୍ଲାରୁ ଅଧିକ ହଳଦୀ ଉତ୍ପାଦିତ ହୋଇପାରିବ ବୋଲି ଆଶା କରାଯାଉଛି ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































