ଯୁବକଙ୍କ ମୃତ୍ଯୁ ଘଟଣାରେ ଶତାଧିକ ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ
ଫୁଲବାଣୀ (ସୁନୀଲ ପଟନାୟକ )
ମଙ୍ଗଳବାର ସକାଳୁ ସକାଳୁ କନ୍ଧମାଳଜ଼ିଲ୍ଲା ଫିରିଙ୍ଗିଆ ଥାନା ପବିଙ୍ଗିଆ ପଂଚାୟତର ପାଞ୍ଚ ଟି ଗ୍ରାମର ଶତାଧିକ ଲୋକ ଫିରିଙ୍ଗିଆ ସ୍ଥିତ ମାଶ୍ରୀପଡ଼ା ଛକରେ ଶବ ରଖି ରାସ୍ତା ରୋକ କରିଛନ୍ତି।
ଅବକl ରି ବିଭାଗ କର୍ମଚାରୀ ଙ୍କ ଛାତ ରୁ ଡେଇଁ ଯୁବକ ଙ୍କ ମୃତ୍ଯୁହୋଇ ଥିଲା l
ମୃତକ ଜଣକ ହେଲେସାଇତିଙ୍ଗିଆ ଗ୍ରାମ ର ଅମିତ ନାୟକ l ଗତ ୧୩ ତାରିଖ ଦିନ ଅମିତ କୁ ଅବାକlରିବିଭାଗ କର୍ମଚାରୀମନେ ଗଂଜେଇ ଚାଲାଣ ଅଭି ଯୋଗ ରେ ଅଟକ ରଖିଥିଲା ତେବେ କୌଣସି କାରଣ ରୁ ଅମିତ ଛାତ ରୁ ପଡି ଗୁରୁତର ଆହାତ ହୋଇଥିଲା l
ରବିବାର କଟକ ରେ ଚିକିତ୍ସା ଧୀନ ଅବସ୍ଥାରେ ଅମିତ ର ମୃତ୍ଯୁ ହୋଇଥିଲା l
ବାଲିଗୁଡା ରୁ ଫୁଲବାଣୀ ଏକ ନମ୍ବର ରାଜ୍ୟ ରାଜପଥ ରେଗମନା ଗମନ ସମ୍ପୂର୍ଣ ଠପହୋଇଯାଇଛି l
ଖବର ପାଇ ଘଟଣା ସ୍ଥଳ ରେ ଫିରିଙ୍ଗିଆ ଥାନା ପୋଲିସ ପହଂଚି ବୁଝା ସୁଝା କରୁଛି l ତେବେ ଉତ୍ୟକ୍ତ ଲୋକେ ଉପଯୁକ୍ତ କ୍ଷତି ପୂରଣ ଦାବୀ କରିବା ସହ ଘଟଣା ର ଉଚ ସ୍ତରୀୟ ତଦନ୍ତ ଦାବୀ କରିଛନ୍ତି l
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































