ରନ୍ଧନଗ୍ୟାସର ଅହେତୁକ ଦରବୃଦ୍ଧି ବିରୁଦ୍ଧରେ ବିଜୁ ଜନତା ଦଳର ପ୍ରତିବାଦ
ଢେଙ୍କାନାଳ(ଉଲାପ୍ର) ଗ୍ୟାସର ଅହେତୁକ ଦର ବୃଦ୍ଧି ଏବଂ ଉଜ୍ଜ୍ବଳା ଯୋଜନାର ବିଫଳତାକୁ ନେଇ ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ବିଜୁ ଜନତା ଦଳର ଛାମୁଆ ସଂଗଠନ ବିଜୁ ଯୁବ ଜନତା ଦଳ , ବିଜୁ ମହିଳା ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ କେନ୍ଦ୍ରରେ ଢେଙ୍କାନାଳ ଜିଲ୍ଲାର ସମସ୍ତ ବ୍ଲକ , ଏନ . ଏ . ସି ଓ ମୁନିସିପାଲିଟି ସମ୍ମୁଖରେ କେନ୍ଦ୍ର ବିଜେପି ସରକାରଙ୍କ ଏତାଦୃଶ ଜନବିରୋଧ ଆଭିମୁଖ୍ୟ ବିରୁଦ୍ଧରେ ବିଜେକ ପ୍ରଦର୍ଶନ କରାଯାଇ ଭାରତର ମହାମହିମ ରଷ୍ଟ୍ରପତିଙ୍କ ଉଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଏହି କ୍ରମରେ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ତଥା ଢେଙ୍କାନାଳ ବିଧାୟକ ସୁଧୁର କୁମାର ସାମଲଙ୍କ ନିର୍ଦ୍ଦେଶରେ ଢେଙ୍କାନାଳନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ସଦରବ୍ଲକ ସମ୍ମୁଖରେ ବିଜୁ ମହିଳା ଜନତା ଦଳ ସଭାପତି ସାଗରୀକା ମିଶ୍ରଙ୍କ ସଭାପତିତ୍ବରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ରନ୍ଧନ ଗ୍ୟାସର ମୂଲ୍ୟ ରାଜ୍ୟର ମା ’ ଭଉଣି ମାନଙ୍କ ସହ ସମଗ୍ର ରାଜ୍ୟକୁ ପ୍ରଭାବିତ କରିବା ସହ ଓଡିଶାର ସାଢେ ୪ କୋଟି ଲୋକଙ୍କ ଉପରେ ପ୍ରଭାବ ପକାଇଛି । ବିଗତ ସାଢେ ୩ ବର୍ଷ ଭିତରେ ଏଲପିକି ରନ୍ଧନ ଗ୍ୟାସର ମୂଲ୍ୟରେ ୭୦ % ବୃଦ୍ଧି ଘଟିଛି । ୨୦୧୬ – ୧୭ ମସିହାରେ ୧୪.୨ କିଲୋଗ୍ରାମ ରନ୍ଧନ ଗ୍ୟାସ ଥିବା ଗୋଟିଏ ସିଲିଣ୍ଡରର ମୂଲ୍ୟ ୫୪୯ଟଙ୍କା ୬୯ ପଇସା ଥିବାବେଳେ ଏହା ବୃଦ୍ଧିପାଇ ବା ମାନ ୯୨୬ ଟଙ୍କାରେ ପହ ଛି । ଏହାର ବୃଦ୍ଧି ଏତେ ପରିମାଣରେ ହେଇଛିଯେ ସିଲିଣ୍ଡର ପିଛା ସାଢେ ୩ ବର୍ଷ ଭିତରେ ୩୭୬.୩୧ ପଇସା ବଢ଼ିଛି । ଯାହା ଭାରତ ବର୍ଷରେ ଏତେ କମ୍ ସମୟ ମଧ୍ୟରେ ରନ୍ଧନ ଗ୍ୟାସର ଦର ବୃଦ୍ଧି ପାଇବା ଆଗରୁ ଦେଖାଯାଇନଥିଲା । ଗନ୍ଧନ ଗ୍ୟାସ ସହିଦ ଏବେ କେନ୍ଦ୍ର ସରକାରର ଭଙ୍ଗଳା ବିଫଳତା ପଦାରେ ପଡିଛି । ଏହି ଯୋଜନାରେ ସମାଜର ଅବହେଳିତ , ଗରିବ ଲୋକମାନଙ୍କୁ ଶସ୍ତାରେ ସିଲିସଣ୍ଟର ଯୋଗାଇବାପାଇଁ ଆରମ୍ଭ କରାଯାଇଥିଲା । କିନ୍ତୁ ଆଜି ଏହି ଯୋଜନା ବିଫଳ ହୋଇଛି । ଉଜ୍ଜ୍ବଳା ଯୋଜନା ହେଉଛି ଓଡିଶା ଲୋକଙ୍କୁ ଭୂତେଇବା ପାଇଁ ଏକ ବଡ ନାଟକ ବୋଲି କହିବା ସହ ପୁଣି ଥରେ ରୋଷେଇ ଘରେ କାଠ ଟୁଲାର ବ୍ୟବସ୍ଥା ହେବ ବୋଲି ବକ୍ତାମାନେ ମତ ଦେଇଛନ୍ତି । ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଛେ ଦିନ କହି ଭୋଟ ଆଦେଇଥିଲେ । ହେଲେ ଆଜି ପର୍ଯ୍ୟନ୍ତ ୮ ବର୍ଷ ମଧ୍ୟରେ ଦେଶରେ ଯେଉଁ ଭଳି ଦରଦାମ ବୃଦ୍ଧି , ବେକାରୀ ସମସ୍ୟା ଓ ନୋଟ ବନ୍ଦୀ ହୋଇଥିଲା । ଯାହା ଆଜି ଏକ ସମାଲୋଚନାରେ ପରିଣତ ହୋଇଛି । ଜିଲ୍ଲା ବିଜେଡି କୃଷକ ଶାଖା ସଭାପତି ନରୋ ମ ସାହୁ , ପୂର୍ବତନ ନଗରପାଳ ଇନ୍ଦ୍ରମଣି ବେହେରା , ସୁଧାଶୁ ବଜେଇ , ଜିଲ୍ଲା ବିଜେଡି ଉପ – ସଭାପତି ଲକ୍ଷ୍ମୀଧର ସାହୁ , ପୂର୍ବତନ ତ୍ରିଟ ଅଧ୍ୟକ୍ଷ ଦେବୀପ୍ରସାଦ ଜୁତିଆ , ବିଜୁ ଯୁବ ଜନତା ଦଳ ନଗର ସଭାପତି ବିନୋଦ କୁମାର ମହାନ୍ତି , ଛାନ୍ ବିଜେଡି ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର , ଛାତ୍ର ବିଜେଡି ଜିଲ୍ଲା ସଭାପତି ସୁରଜ ମହାପାତ୍ର , ରମେଶ ଚନ୍ଦ୍ର ସାମଲ , ଆଇଟି ସଂଯୋଜକ ଗଙ୍ଗାଧର ରାଉତ , ମହିଳା ନେତ୍ରୀ ଉର୍ବଶୀ ମହାପାତ୍ର , ପ୍ରଣତି ପଣ୍ଡା ସଦର ବ୍ଲକ ମହିଳା ସଭାପତି ସୁନୀତା ସାହୁ , ସଦର ବ୍ଲକ ଯୁବ ବିଜେଡି ସଭାପତି ଶଷ ସାହୁ , ମହିଳା ନଗର ସଭାପତି ଶୁଭଲକ୍ଷ୍ମୀ ସାହୁ , ସ୍ଵପ୍ନ ଦ । ନାୟକ , ଆଇନଜୀବି ହରିହର ପଣ୍ଡା , ପୂର୍ବତନ କାଉନସିଲର ରୁଦ୍ରାର ଦଳେଇ , ଆର୍ମେନ୍ଦ୍ର ଜେନା , ରଞ୍ଜନ କୁମାର ନାୟକ ପ୍ରମୁଖ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ କହିବା ସହ ଆଗାମୀ ଦିନରେ ଗ୍ୟାସରର ମୁଖ୍ୟକୁ କେନ୍ଦ୍ରରେ ଥିବା ବିଜେପି ସରକାର ନ ’ କମେଇଲେ ଆନ୍ଦୋଳନ ନିବ୍ରତର ହେବ ବୋଲେ ବେଦାବଳୀ , ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ଶ୍ରୀକାନନ୍ଦ କୁମାର ଧଳ , ଇଲାଟରଞ୍ଜନ ସାହୁ , ପ୍ରଦ୍ୟୁମ୍ନ ନାଏକ , ଶୁଭଲକ୍ଷ୍ମୀ ବେହୁରୀ , ଶ୍ରଣାଳା ସବୁ ଛାହୁ ନେତା କୂଳଦୀପ ମହାପାତ୍ର , ପ୍ରଦୀପ କୁମାର ସାହୁଙ୍କ ସମେତ ବହୁ ସଂଖ୍ୟାରେ ବିଜୁ ଯୁବ , ଛାତ୍ର ଓ ମହିଳା ଜନତା ଦଳର କର୍ମୀମାନେ ଉପସ୍ଥିତ ରହିଥିଲେ । ଶେଷରେ ଛାତ୍ର ବିଜେଡି ନଗର ସଭାପ ସଭାପତି ସୋନୁରାମ ସିଂ ଧନ୍ୟବାଦ ପ୍ରଦାନ କରିଥିଲେ । ମହାମହିମ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଦୁଇଟି ସୁକ ପୁତ୍ର ବଦଳ ବ୍ଲକ ଜନ୍ମଜନ ଅଧିକାରୀ ସୁଧୀର କୁମାର ନାୟକ ଓ ପୌରପାଳିକା ନିର୍ବାହୀ ଅଧିକାରୀ ଅତିକୁ ସାମନଙ୍କୁ ପ୍ରଦାନ କରାଯାଇଥିଲା ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































