ଉଦୟ ଲାବଣ୍ୟର ମହା ଖୁଲାସା,ବଡମ୍ବା ବ୍ଲକ ଜୁଡୁମ ସୋସାଇଟି ରେ ୧୫ କୋଟି ଟଙ୍କାର ସମବାୟ ଦୁର୍ନୀତି,ମାଲେ ମାଲ ହୋଇଛନ୍ତି ସୋସାଇଟି କର୍ମଚାରୀ
ବଡମ୍ବା(ଉଲାପ୍ର)ବଡମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ଟିକେ ଧ୍ୟାନ ଦେବେ,ଆପଣଙ୍କ ନିର୍ବାଚନ ମଣ୍ଡଳୀ ବଡମ୍ବାରେ କେମିତି ହୋଇଛି ବାଙ୍କି କେନ୍ଦ୍ର ସମବାୟ ବ୍ୟାଙ୍କ ରେ ସୋସାଇଟି ଦୁର୍ନୀତି ଟିକେ ନଜର ପକାନ୍ତୁ,ଏ ଲୋକସବୁ ଆପଣଙ୍କ ଦଳର,ଆପଣଙ୍କୁ ଭୋଟ୍ ଦେଇଛନ୍ତି, ବାମପଟେ ଛିଡା ହୋଇଥିବା ଯୁବକ ହେଲେ ମିଟୁ ପ୍ରଧାନ,ସେ ଜୁଡୁମୁ ସୋସାଇଟି ରୁ ୨୦ ହଜାର ଟଙ୍କା ଋଣ କରିଥିଲେ,ଏବେ ତାଙ୍କ ନାମରେ ୩୧ ଲକ୍ଷ ଟଙ୍କା ଋଣ ଉଠାଯାଇଥିବା ଜଣାପଡିଛି, ତାଙ୍କ ପାଖରେ ଛିଡା ହୋଇଥିବା ବ୍ୟକ୍ତି ହେଲେ କୃଷ୍ଣଚନ୍ଦ୍ର
ବିଶ୍ୱାଳ,ସେ ପନ୍ଦର ହଜାର ଟଙ୍କା ଋଣ କରିଥିଲେ,ଏବେ ତାଙ୍କ ନାମରେ ୧୮ ଲକ୍ଷଟଙ୍କା ଋଣ କରି ଉଠାଇ ନେଇଛନ୍ତି, ସେହିପରି ଏହି ମହିଳା ଜଣକ ହେଲେ ସୁକାନ୍ତି ସାହୁ,ସେ ପନ୍ଦର ହଜାର ଟଙ୍କା ଋଣ କରିଥିଲେ ଏବେ ତାଙ୍କ ନାମରେ ୧୧ ଲକ୍ଷଟଙ୍କା ଋଣକରି ଉଠାଇ ନେଇଛନ୍ତି ଜୁଡୁମୁ ସୋସାଇଟି ର କର୍ମଚାରୀ ମାନେ, ଆଜି ଏକ ସାମ୍ବାଦିକ ସମିଳନୀ କରି ଚାଷୀ ଅଭିଯୋଗ କରିଛନ୍ତି ଜୁଡୁମୁ ସୋସାଇଟି ରେ ପନ୍ଦର କୋଟି ଟଙ୍କାର ଋଣ ଜାଲିଆତି ୬୩୦ ଜଣ ଚାଷୀଙ୍କ ନାମରେ ହୋଇଛି।ଏହି ଘଟଣାରେ ବଡମ୍ବା ବିଧାୟକ ଦେବୀ ମିଶ୍ର କଣ ପଦକ୍ଷେପ ନେଉଛନ୍ତି ତାହା ଆଗାମୀ ଦିନରେ ଜଣାପଡିବ।ଉଦୟ ଲାବଣ୍ୟ ଅଛି ଚାଷୀଙ୍କ ସହିତ।ବିଧାୟକ ମହୋଦୟ ଯଦି ଆପଣ ଜାଣିନାହାଁନ୍ତି ଆପଣଙ୍କ ଅଂଚଳରେ ଚାଷୀ ଋଣ ଦୁର୍ନୀତି ହୋଇଛି ତେବେ ଏହି ଘଟଣା ଉପରେ ନଜର ଦିଅନ୍ତୁ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































