ବିଡିଓ ପତ୍ନୀ ଆତ୍ମହତ୍ୟା ମାମଲାର ବର୍ଷେ ବିତିଲାଣି,କାର୍ଯ୍ୟାନୁଷ୍ଠ।ନ କେବେ ?
ଫୁଲବାଣ(ସୁନୀଲପଟନାୟକ)
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକରେ ଅବସ୍ଥାପିତ ବିଡିଓ ରଶ୍ମୀ ରଂଜନ ମହାନ୍ତଙ୍କ ପତ୍ନୀ ଆତ୍ମହତ୍ୟା ଘଟଣାର ବର୍ଷେ ପୁରିଲାଣି। ହେଲେ ପତ୍ନୀ କାହିଁକି,କଣ ପାଇଁ ଓ କେଉଁ ପରିସ୍ଥିତିରେ ବିଡିଓ ଘରେ ଥିବାବେଳେ ଆତ୍ମହତ୍ୟା ଭଳି ଚରମପଦକ୍ଷେପ ନେଲେ ଜଣାପଡିନାହିଁ। କିମ୍ବା ଏହି ମାମଲାରେ ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢ଼ାଇ ପୋଲିସ ଏ ଯାଏଁ କୌଣସି କାର୍ଯ୍ୟା ନୁଷ୍ଠାନ ଗ୍ରହଣ ନକରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ହାଇପ୍ରୋଫାଇଲ ମାମଲାର କ୍ରାଇମବ୍ରାଞ୍ଚ କିମ୍ବା ସିବିଆଇ ତଦନ୍ତର ଆବଶ୍ୟକତା ଥିବା ଦର୍ଶାଇ ଜିଲ୍ଲା କଂଗ୍ରେସ କମିଟି ସଭାପତି ଅନାମ
ନାଏକ ଦାବୀ କରିଥିଲେ ମଧ୍ୟ ଫଳଶୁନା ପୋଲିସ କୁ ଆଡେ ଚାପରବଶବର୍ତ୍ତୀ ହୋଇ ତଦନ୍ତ ପ୍ରକ୍ରିୟାକୁ ଶିଥିଳ କରିଦେଇଥିବା କୁହାଯାଉଛି । ଫଳରେ ବିଡିଓ ମୋର ଉପରେ ହାତ ଅଛି ରାଜନେତାଙ୍କ ସହ ସୁସଂପର୍କ ଅଛି ଏଣୁ ମୋର କିଛି ହେବନି ବୋଲି କହି ବୁଲୁଥିବା ଦେଖାଯାଉଛି ।ବିଡିଓ ମହନ୍ତ କୁ ଆଡେ ପ୍ରେମ ବିବାହ କରିଥିଲେ ଓ ତାଙ୍କର ଏକ ଦୁଇ ବର୍ଷର ଶିଶୁପୁତ୍ର ବି ରହିଛି । ଏପରି ଭାବେ ସେମାନଙ୍କର ହସଖୁସିରେ ସୁଖର ସଂସାର ଚାଲିଥିବାବେଳେ ହଠାତ ପତ୍ନୀଙ୍କ ଆତ୍ମହତ୍ୟା ଘଟଣା ନିଶ୍ଚିତ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । ବାବୁଜଣଙ୍କ କୁ ଆଡେ ବିଭାଗର ଅନ୍ୟ ଜଣେ ମହିଳା ଯନ୍ତ୍ରୀଙ୍କ ପ୍ରେମରେ ମୁସଗୁଲ ହୋଇଥିବା ଠୋସ ଖବର ପାଇବା ପରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଡ଼ ସୃଷ୍ଟି ହୋଇଥିଲା ଓ ପତ୍ନୀ ଶେଷରେ ଏଭଳି ଚରମ ପଦକ୍ଷେପ ନେଇଥିବା ଜଣାପଡିଥିଲା।
ତେବେ ସ୍ୱାମୀଙ୍କ ପାଇଁ ନିରିହ ସ୍ତ୍ରୀ ଜଣଙ୍କ ଶେଷରେ ବାଧ୍ୟହୋଇ ଅନ୍ୟ ଉପାୟ ନ ପାଇ ଆତ୍ମହତ୍ୟା କରିଥିଲେ ହେଁ ଏନେଇ ବିଡିଓ ମହନ୍ତ୍ରଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟା ନୁଷ୍ଠାନ କାହିଁକି ଗ୍ରହଣ କରାଯାଉ ନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ।
ପୋଲିସ ଡିଜି ଏଥିପ୍ରତି ଦୃଷ୍ଟିଦେବା ସହ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବୀ ହେଉଛି ।
ଏନେଇ ଫିରିଙ୍ଗିଆ ପୋଲିସକୁ ପଚାରିବାରେ ଆବଶ୍ୟକ ପଡିଲେ ପୁନଃ ତଦନ୍ତ ହେବ ବୋଲି ସୂଚନା ଦେଇଥିବାବେଳେ ବିଡିଓଙ୍କ ମତାମତ ମିଳିପାରିନାହିଁ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































