ଉଦୟ ଲାବଣ୍ୟ ର ମହାପ୍ରଭାଵ ସୋସାଇଟି ଦୁର୍ନୀତି ରେ ବଡମ୍ବାରେ ଗଡ଼ିଲା ପ୍ରଥମ ମୁଣ୍ଡ,ଜୋଡମୁ ସମ୍ପାଦକ ନିଲମ୍ବିତ,ଆଗକୁ କାହାର ପାଳି
ବଡମ୍ବା(ଉଲାପ୍ର)ବଡମ୍ବା ବ୍ଲକ ଜୋଡମୁ ସୋସାଇଟି ରେ କୋଟିକୋଟି ଟଙ୍କା ଦୁର୍ନୀତି ସମ୍ପର୍କରେ ଖବର ପ୍ରସାରଣ ପରେ ସୋସାଇଟି ସମ୍ପାଦକ ଗୋପାଳ ବେହେରାଙ୍କୁ ଚାଷୀଙ୍କ ଋଣ ଟଙ୍କା ହେରଫେର ଘଟଣାରେ ପ୍ରଶାସିକା ରଶ୍ମିରେଖା ସ୍ୱାଇଁ ନିଲମ୍ବିତ କରିଛନ୍ତି।ବଡମ୍ବାରେ ସମବାୟ ଦୁର୍ନୀତି ରେ ପ୍ରଥମ ମୁଣ୍ଡ ଗଡ଼ିଛି ଜୋଡମୁ ସମବାୟ ସମ୍ପାଦକ ଗୋପାଳ ବେହେରାଙ୍କର,ଆଗକୁ କାହାର ପାଳି ପଡୁଛି ଦେଖିବାକୁ ବାକି ରହିଲା,ଖାଲି ନିଲମ୍ବିତ କରିଦେଲେ ଚଳିବ ନାହିଁ ଚାଷୀଙ୍କ ଋଣ ଟଙ୍କା ଖାଇଥିବା ସମବାୟ କର୍ମଚାରୀଙ୍କ ଠାରୁ ତୁରନ୍ତ ଜବତ କରନ୍ତୁ ଟଙ୍କାକୁ।ଜୋଡମୁ ସମବାୟ ଦୁର୍ନୀତି ରେ ମାଣିଆବନ୍ଧ ବ୍ରାଞ୍ଚ ମ୍ୟାନେଜର ବ୍ରଜ କିଶୋର ମୁଦୁଲି ଓ ସମବାୟ ସମିତିର ଡାଟା ଅପରେଟର ଅନୀଲ ପ୍ରଧାନଙ୍କ ନାମରେ ମଧ୍ୟ ଦୁର୍ନୀତି ଅଭିଯୋଗ ଆସିଛି।ତେବେ କାହାର ମୁଣ୍ଡ ଗଡୁଛି ଦେଖିବାକୁ ବାକି ଅଛି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































