ଶୀତ ଆସିଲା ଫୁଲବାଣୀ ସହରରେ ଶୀତବସ୍ତ୍ରର ପସରା, ଗ୍ରାହକଙ୍କ ଭିଡ଼
ଫୁଲବାଣୀ(ସୁନୀଲ ପଟନାୟକ)
ଶୀତ ଆସିଲେ ଶୀତବସ୍ତ୍ରରପସରାଲାଗେ।ବଜ।ର ଓ ରାସ୍ତାକଡ଼ରେ ଭଳିକି ଭଳି ଶୀତବସ୍ତ୍ର ରଖି.ବେପାର ଜମାଇଥାନ୍ତି ବେପାରୀ। ଠିକ ଏପରି କିଛି କନ୍ଧ ମାଳ ଜିଲ୍ଲା ସଦରମହକୁମା ଫୁଲବାଣୀ ସମେତ ଜିଲ୍ଲାର ଦାରିଙ୍ଗବାଡି, ବାଲିଗୁଡ଼ା, ରାଇକିଆ, ଆଦି ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ।
ଫୁଲବାଣୀ ସହରର ବିଜୁ ପଟନାୟକ ଛକ, ଥାନା ନିକଟ, ଗୋପବନ୍ଧୁ ଛକ, କୋର୍ଟ ଛକ, ଆଦି ବିଭିନ୍ନ ସ୍ଥାନରେ ଶୀତବସ୍ତ୍ର ର ପସରା ମେଲିଛି।
ଏମାନେ ବେଶ କିଛି ବର୍ଷ ହେଲା ବେପାର କରି ଆସୁଛନ୍ତି। ତେବେ ସଂଧ୍ୟା ସମୟରେହ।ଲକା ଫୁଲକା ମୁଡ଼ରେ ଦେଖୁଛନ୍ତି ବିଭିନ୍ନ ପ୍ରକାରର ଶୀତବସ୍ତ୍ରୁ ।
ସାଲ , ସୁଇଟର ମଫଲର, ବିଭିନ୍ନ ପ୍ରକାରର ରଙ୍ଗବେରଙ୍ଗ ଡିଜାଇନର କମ୍ବଳ ଓ ଭେରାଇଟିର ଉଇଣ୍ଟର କ୍ୟାପ ଆଦି ମନପସନ୍ଦର ଜିନିଷ ମାନ ଦେଖି କିଣା କିଣି କରିବାକୁ ଭିଡ଼ ଜମୁଛି ।
ଏହି ଉଇଣ୍ଟର ମାର୍କେଟରେ ୨ ଶହ ଟଙ୍କାରୁ ଆରମ୍ଭ ୨ ହଜାର ଟଙ୍କା ଯାଏ ଶୀତବସ୍ତ୍ର ରହିଛି । ଫଳରେ ସବୁ ଦୋକାନ ବୁଲି
ଗ୍ରାହକ ନିଜର ପର୍ସକୁ ସୁହାଇଲା ପରି ପସନ୍ଦର ଜିନିଷ କିଣୁଥିବା ଦେଖାଯାଉଛି । ଫୁଲ ବାଣୀ ସମେତ ଜିଲ୍ଲାରେ ଏବେ ଧିରେ ଧିରେ ଶୀତର ପ୍ରକୋପ ବୃଦ୍ଧି ପାଇବା ଫଳରେ ଶୀତ
ପୋଷ।କ ର ଚାହିଦା ମଧ୍ୟ ବଢୁଛି ।
ଏଠାରେ ମୁଲଚାଲ କରି କିଣୁଛନ୍ତି ଗ୍ରାହକମାନେ, ମଲ ଓଦୋକାନ ଅପେକ୍ଷା ଏଠାରେ ଶସ୍ତାରେ ମିଳୁଥିବା କହିଛନ୍ତି ଗ୍ରାହକା
ସେହିପରି ଉଇଣ୍ଟରମାର୍କେଟ କେବେ ଆରମ୍ଭ ହେବ ବୋଲି ଗ୍ରାହକମାନେ ମଧ୍ୟ ଅପେକ୍ଷା କରିଥିବା କଥା କହିଛନ୍ତି ବ୍ୟବସାୟୀ।
କରୋନାକଟକଣା ପାଇଁ ପ୍ରାୟ ଦୁଇ ବର୍ଷ ହେଲା ବେପାର ମାନ୍ଦା ଥିବାବେଳେ ଏବର୍ଷ ଭଲ ବିକ୍ରି ହେବ ବୋଲି ବ୍ୟବସାୟୀ ଆଶ।କରିଛନ୍ତି । ବ୍ୟବସାୟରେ ସୁଧାର ଆସିଥିବା କହିଛନ୍ତି ବ୍ୟବସାୟୀ।
ତେବେ ଆଗକୁ ଥଣ୍ଡା ବଢିଲେ ବ୍ୟବସାୟ ମଧ୍ୟ ବଢିବ ବୋଲି ଆଶା ବାନ୍ଧିଛନ୍ତି ବ୍ୟବସାୟୀ
.
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































