ଫିରିଙ୍ଗିଆ ଅଂଚଳରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସହର ମଧ୍ୟରେ ଥିବା ଖେଳ ପଡିଆ ନିକଟରେ ଥିବା ଆଜି ଏକ ଶାଗୁଆନ ଗଛ ରୁ ଫିରିଙ୍ଗିଆ ପୋଲିସଜଣେ ଯୁବକ ର ମୃତ ଦେହ ଉଦ୍ଧାର କରିଛି. ଆଜି ସକାଳୁ ଉକ୍ତ ପଡିଆକୁ ଖେଳିବା ପାଇଁ ଆସିଥିବା ପିଲା ମାନେ ଶବ ଟି ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବା ପରେ ପୋଲିସ କୁ ଖବର ଦେଇଥିଲେ.l ଖବର ପାଇ ଫିରିଙ୍ଗିଆ ଥାନାର ଅତିରିକ୍ତ ଥାନା ଅଧିକାରୀ ପ୍ରଦୀପ କୁମାର ରାଉଳ ଙ୍କ ସହ ତାଙ୍କ ଟିମ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିବା ସହ ତଦନ୍ତ ଜାରି ରଖି ଛନ୍ତି. l
ତେବେ ଯୁବକ ଜଣକ ଦୀର୍ଘ ଚାରି ବର୍ଷ ହେଲା ଫିରିଙ୍ଗିଆ ସ ହରର ଏକ ହୋଟେଲ ରେ କାମ କରିବା ସହ ଗାଡି ଡ୍ରାଇଭର ଭାବରେ କାମ କରୁଥିଲେ. ତେବେ ପାରିପାର୍ଶ୍ଵିକ ପରିସ୍ଥିତିରୁ ଏହା ଏକ ଆତ୍ମହତ୍ୟା ବୋଲି ଜଣା ପଡୁଥିବା ବେଳେ ପୋଲିସ ଘଟଣା କୁ ଗୁରୁତର ସହ ଗ୍ରହଣ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖି ଛି.
ଅନ୍ୟପଟେ ଯୁବକ ଜଣକ ଫିରିଙ୍ଗିଆ ସହରରେ କାଳିଆ ନାଁରେ ପରିଚିତ ଥିବା ବେଳେ ତାଙ୍କର ଅସଲ ପରିଚୟ ଜଣା ପଡ଼ିନାହିଁ l
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































