ହାତୀମୃତୁ ପିଛା ଛାଡ଼ୁନି ଆଠଗଡ ବନବିଭାଗ ର
ଆଠଗଡ(ଉଲାପ୍ର)ଆଠଗଡ ବନଖଣ୍ଡ ରାଜନଗର ଗ୍ରାମ ନିକଟସ୍ଥ ଏକ ଧାନ ବିଲରେ ୭ ବର୍ଷର ଛୁଆ ହାତୀର ମୃତ୍ୟ ହୋଇଥିବା ଜଣାପଡିଛି,ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣା ସ୍ଥଳରେ ଆଠଗଡ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବ ଓ ଆଠଗଡ ବନାଞ୍ଚଳ ଅଧିକାରୀ ଗଜେନ୍ଦ୍ର ପାଲ ସିଂହ ମାଥୁରଙ୍କ ସମେତ ବନ କର୍ମଚାରୀ ପହଞ୍ଚି ହାତୀ ମୃତ୍ୟୁର ତଦନ୍ତ ଜାରି ରଖିଛନ୍ତି।ଆଠଗଡ ପ୍ରାଣୀ ଚିକିତ୍ସିକ ଶୁସାନ୍ତ ବେହେରା ଘଟଣା ସ୍ଥଳରେ ପହଞ୍ଚି ହାତୀ ମୃତ୍ୟୁର କାରଣ ଜାଣିବା ପାଇଁ ତଦନ୍ତ ଜାରି ରଖିଛନ୍ତି ।ଅନ୍ୟପଟେ ହାତୀଟି ଗତକାଲି ରାତିରୁ ମୃତ୍ୟୁବରଣ କରିଥିବା ବେଳେ ବନବିଭାଗ ତରବରିଆ ଭାବରେ ଲୁଚାଇ ଛପାଇ ପୋତିଦେବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ ପହଞ୍ଚି ଯିବାରୁ ଲୋକ ଲୋଚନକୁ ଆସିଥିଲା ହାତୀ ମୃତ୍ୟୁ ଘଟଣା।ତେବେ ଗତକାଲିଠାରୁ ହାତୀଟି ମୃତ୍ୟୁବରଣ କରିଥିବା ବେଳେ ବନବିଭାଗ କିଭଳି ଜାଣି ପାରିଲା ନାହିଁ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଏକ ଦନ୍ତାହାତୀ ମୃତୁବରଣ ଘଟଣାରେ ଆଠଗଡ ବନବିଭାଗ ଅଧିକାରୀ ଦନ୍ତା ହାତୀ ଦାନ୍ତ ଚୋରାଚାଲଣ କରିନପାରି ଦୀର୍ଘ ୧୪ ମାସପରେ ସୋସିଆଲ ମେଡିଆରେ ଘଟଣା ପ୍ରଘଟ ହୋଇଯିବା ପରେ ରେଞ୍ଜର ଆଇଶା ଅଖତାର ନିଶା ହାତୀଦାନ୍ତ ଟିକୁ ଫେରାଇ ବାକୁ ବାଧ୍ୟ ହୋଇଥିଲେ, ଏହି ଘଟଣା ଦଶଦିନ ନଯାଉଣୁ ପୁଣି ଆଉ ଏକ ହାତୀମୃତ୍ୟ ଘଟଣା ବନବିଭାଗ ର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ବନବିଭାଗ ଗଣମାଧ୍ୟମ କୁ ଲୁଚାଇ ହାତୀ ପୋତିବା ପାଇଁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ ଙ୍କ ନଜରରେ ଧରା ପଡି ଯାଇଛି ବନବିଭାଗର କାରନାମା।ଘଟଣା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନେ ଆଠଗଡ ଡିଏଫଓଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































