ଏନଏଚ ୫୩ ର ଉନ୍ନତିକରଣ ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ
ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ଜିଲ୍ଲା ଭୁବନ ଟାଉନ୍ ଦେଇ ଯାଇଥିବା ଜାତୀୟ ରାଜପଥ ର ଉନ୍ନତିକରଣ ପାଇଁ ବରିଷ୍ଟ ନାଗରିକ ଜନସ୍ଵାର୍ଥ ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଜିଲାପାଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି। ଭୁବନ ଦେଇ ଯାଇଥିବା ୫୩ ଜାତୀୟ ରାଜପଥଟି ଭୁବନ କୋର୍ଟ ସାମ୍ନାଠାରୁ ବାଇପାସ ରାସ୍ତାରେ ଗାଡି ଚଳାଚଳ ପରେ ସେହି କୋର୍ଟ ସାମ୍ନାରୁ ଭୁବନ ଏନ.ଏ.ସି. ଅନ୍ତର୍ଭୁର ସହର ଦେଇ ନୀଳମାଧନ ପେଟ୍ରୋଲ ପମ ପର୍ଯ୍ୟନ୍ତ ପୂର୍ବରୁ ଥିବା ରାସ୍ତା ଦୀର୍ଘଦିନ ଧରି ଖୋଳତାଡ ହୋଇ ମରଣ ଯନ୍ତ୍ର ପାଲଟିବା ଖବର ଆମ ଅନୁଷ୍ଠାନ ସମେତ ଅନେକ ଅନୁଷ୍ଠାନ ଓ ଗଣମାଧ୍ୟମ ଆପଣଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ମାତ୍ର କୌଣସି ପ୍ରତିକାର କରାନଯିବାରୁ ଗତ ର ୨୩ ନଭେମ୍ବର ରେ ଆମ ବରିଷ୍ଠ ନାଗରିକ ଜନସାର୍ଥ ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଭୁବନ ତହସିଲ ଅଫିସ ସାମ୍ନାରେ ଅନଶନ କରାଯାଇଥିଲା ଓ ଭୁବନ ତହସିଲଦାର ପାଞ୍ଚଦିନ ଭିତରେ ଏହାର ସମାଧାନ କରିବାକୁ ପ୍ରତିଶୃତି ଦେଶ ଅନଶନ ଭଙ୍ଗ କରାଇଥିଲେ। ଏବେ ଧୂଳିଧୂଆଁରେ ସହରବାସୀ ସରକାରଙ୍କ ଏହି ସମସ୍ୟା ପ୍ରତିବାଦ ରେ ପ୍ରତିକ୍ରିୟାଶୀଳ ହୋଇ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛନ୍ତି । ତେଣୁ ରାସ୍ତାର ଦୁରାବସ୍ଥା ଯୋଗୁ ନିତି ପ୍ରତିଦିନ ନାନାଦି ଯାନବାହନ ଦୁର୍ଘଟଣ ଜନଜୀବନକୁ ଅନ୍ୟସ୍ତ କରିଦେଲାଣି I
ଏହି ରାସ୍ତା ର ଉନ୍ନତି ରେ ଅଧିକ ବିଳମ କଲେ ଅନୁଷ୍ଠାନ ଆଇନକୁ ହାତକୁ ନେବାକୁ ବାଧ୍ୟ ହେବ ଏବଂ ଏଥିପାଇଁ ଜିଲ୍ଲା ପ୍ରଶାସନ ଦାୟୀ ରହିବେ ବୋଲି ବରିଷ୍ଟ ନାଗରିକ ଜନସ୍ଵାର୍ଥ ସୁରକ୍ଷା ଟ୍ରଷ୍ଟ ଚେତାଇଛନ୍ତି ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































