ଫୁଲ ବାଣୀ ଜୀବନ ବୀମା କାର୍ଯ୍ୟାଳୟ ଆଧୁନିକିକରଣ କାର୍ଯ୍ୟ ଉଦଘାଟିତ
ଫୁଲବାଣୀ( ସୁନୀଲ ପଟନାୟକ)
ବୁଧବାର ଲକ୍ଷାଧିକ ଟଙ୍କା ବ୍ୟୟରେ ଫୁଲ ବାଣୀ ଜୀବନ ବିମା ଡିଭିଜନ କାର୍ଯ୍ୟାଳୟ ର ଆଧୁନିକୀକରଣ କାର୍ଯ୍ୟକୁ ପୁର୍ବ କେନ୍ଦ୍ର ଜୋନର
ଜୋନାଲ ମେନେଜର ମହେନ୍ଦ୍ର କୁମାର ମୁଖ୍ୟ ଅତିଥିଭାବେ ଯୋଗଦେଇ ଶୁଭଉଦଘାଟନ କରିଥିଲେ।ଏହାଦ୍ୱାରା ଜନସାଧାରଣ ତ୍ଵ ରୀତ ସେବା ପାଇପାରିବେ ବୋଲି କହିଥିଲେ ।ଏଥି ସହ ବିମା ଦ୍ଵାରା ପରିବାର କିପରି ସୁରକ୍ଷିତ ରହୁଛି ସେ ନେଇ ମତବ୍ୟକ୍ତ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବ୍ରହପୁର ମଣ୍ଡଳର ମଣ୍ଡଳ ପ୍ରବନ୍ଧକ ଶ୍ରୀକାନ୍ତ ଦାସ, ବିପଣନ ପ୍ରବନ୍ଧକ ପ୍ରଦୀପ କୁମାର ପତି,ବିକ୍ରୟ ପ୍ରବନ୍ଧକ ବ୍ରହ୍ମା ନନ୍ଦ ତ୍ରିପାଠି, ଜୋନର ଉପମୁଖ୍ୟଯନ୍ତ୍ରୀ କେସିରେ ଡିପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜୀବନ ବିମା କର୍ମଚାରୀମାନେ ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥଲେ ।
ଏଜେଣ୍ଟମାନେ ମୁଖ୍ୟଅତିଥିଙ୍କୁ ମୋଟର ସାଇକଲ ରାଲୀ କରି ସମ୍ବର୍ଦ୍ଧନା ଜଣାଇଥିଲେ ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































