ହାତୀଦାନ୍ତ ଗଣମାଧ୍ୟମ ଆଗରେ ପ୍ରକାଶ କରିବାକୁ ଆଠଗଡ ସବ ଡିଭିଜନ ସାମ୍ବାଦିକ ସଙ୍ଘର ଦାବି,ଡିଏଫଓଙ୍କୁ ଦିଆଗଲା ଦାବିପତ୍ର,ନହେଲେ ଧାରଣା
ଆଠଗଡ(ଉଲାପ୍ର)୧୪ ମାସଧରି ନିଜ ପାଖରେ ରଖିଥିଲେ ହାତୀଦାନ୍ତକୁ ରଖିଥିଲେ ଆଠଗଡ ରେଞ୍ଜର ଆଇଶା ଅଖତାର ନିଶା,ଘଟଣା ସାମାଜିକ ଗଣମାଧ୍ୟମ ରେ ପ୍ରକାଶ ପାଇବା ପରେ ତଦନ୍ତ ଆରମ୍ଭ ହେଲା,ଆରସିସିଏଫ ଅକ୍ଷୟ କୁମାର ପଟ୍ଟନାୟକ ନିଜେ ତଦନ୍ତ କରି ଘଟଣାର ସତ୍ୟାସତ୍ୟ ଜାଣିବା ପରେ ଆଠଗଡ ରେଞ୍ଜର ଆଇଶା ଅଖତାର ନିଶା ଆଠଗଡ ଡିଏଫଓଙ୍କୁ ହାତୀଦାନ୍ତ ହସ୍ତାନ୍ତର କରିଥିଲେ ୧୪ ମାସପରେ।ଘଟଣା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନେ ବନଖଣ୍ଡ ଅଧିକାରୀଙ୍କୁ ପଚାରିବାରେ ସେ କହିଥିଲେ ହାତୀଦାନ୍ତ ସୁରକ୍ଷିତ ଅଛି ହେଲେ ଯେତେବେଳେ ଗଣମାଧ୍ୟମ ଆଗରେ ପ୍ରକାଶ କରିବାକୁ କୁହାଗଲା ସେତେବେଳେ ଅଧିକାରୀ ମନା କରିଦେଇଥିଲେ,ଏହି ଘଟଣାରେ ବବବିଭାଗ ଉପରେ ଗଣମାଧ୍ୟମ ପ୍ରତିନିଧିମାନେ ସନ୍ଦେହ ମଧ୍ୟ କରିଥିଲେ, ଅନୁଗୁଳ ଆରସିସିଏଫ ହାତୀଦାନ୍ତ ଲୁଚାଇବା ଘଟଣା ର ତଦନ୍ତ କରି ଆଠଗଡ ରେଞ୍ଜର ଆଇଶା ଅଖତାର ନିଶାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।ଆଠଗଡ ଡିଏଫଓ ଏପର୍ଯ୍ୟନ୍ତ ଜବତ ହାତୀଦାନ୍ତକୁ ଗଣମାଧ୍ୟମ ଆଗରେ ପ୍ରକାଶ କଲେ ନାହିଁ,ଜବତ ହାତୀଦାନ୍ତ ଘଟଣା ନେଇ ଅନେକ ତଥ୍ୟ ଆଲୋଚନା ହେଉଥିବା ବେଳେ ପ୍ରକୃତ ତଥ୍ୟ ଲୋକଲୋଚନକୁ ଆଣିବା ପାଇଁ ଆଠଗଡ ସବ ଡିଭିଜନ ସାମ୍ବାଦିକ ସଙ୍ଘ ଆଠଗଡ ଡିଏଫଓଙ୍କୁ ଏସମ୍ପର୍କରେ ଏକ ଦାବିପତ୍ର ପ୍ରଦାନ କରିଛି,ଆଗାମୀ ସାତଦିନ ମଧ୍ୟରେ ଆଠଗଡ ଡିଏଫଓ ଯଦି ଗଣମାଧ୍ୟମ ଆଗରେ ସାମ୍ବାଦିକ ସମିଳନୀ କରି ଜବତ ହାତୀଦାନ୍ତକୁ ପ୍ରଦର୍ଶନ ନକରନ୍ତି ତେବେ ଆସନ୍ତା ଶୁକ୍ରବାର ଠାରୁ ଆଠଗଡ ସବ ଡିଭିଜନ ସାମ୍ବାଦିକ ସଙ୍ଘ ଡିଏଫଓ ଅଫିସ ଆଗରେ ଧାରଣା ଦେବାକୁ ଚେତାବନୀ ଦେଇଛି।ଆଠଗଡ ସବ ଡିଭିଜନ ସାମ୍ବାଦିକ ସଙ୍ଘର ସଭାପତି ସଚ୍ଚିଦାନନ୍ଦ ପଣ୍ଡାଙ୍କ ନେତୃତ୍ବରେ ସମ୍ପାଦକ ସନ୍ତୋଷ ବାରିକ,କଟକ ଜିଲା ସାମ୍ବାଦିକ ସଙ୍ଘ ସଭାପତି ଲଲାଟେନ୍ଦୁ ସେନାପତି, ସର୍ବେଶ୍ୱର ପଣ୍ଡା,ବିଜୟ ନାୟକ ପ୍ରମୁଖ ଦାବିପତ୍ର ଆଠଗଡ ଏସିଏଫ ହରେକୃଷ୍ଣ ମଲିକଙ୍କୁ ପ୍ରଦାନ କରିଥିଲେ।
Odia 






































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































