ଆନ୍ତଃ କଲେଜ ଫୁଟବଲ ପ୍ରତିଯୋଗିତା;ଝାଡେଶ୍ବର କଲେଜ ଚାମ୍ପିଅନ
ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ଜିଲ୍ଲା ଲରମ୍ଭା କଲେଜ ଠାରେ ଅନୁଷ୍ଠିତ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଆନ୍ତଃ କଲେଜ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଆଜି ଅନୁଷ୍ଠିତ ଫାଇନାଲ ଖେଳ ଝାଡେଶ୍ବର କଲେଜ,ଧମା, ସମ୍ବଲପୁର ଏବଂ ତୋରା କଲେଜ, ବରଗଡ଼ ମଧ୍ୟରେ ହୋଇଥିଲା। ଏଥିରେ ଝାଡେଶ୍ବର କଲେଜ,ଧମା ବିଜୟୀ ହୋଇଥିଲେ। ଏହି ଅବସରରେ ବରଗଡ଼ ର ପୂର୍ବତନ ସାଂସଦ ଡକ୍ଟର ପ୍ରଭାସ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ବିଜୟୀ ଦଳ ଝାଡେଶ୍ବର କଲେଜ ଏବଂ ରନର୍ସ ଅଫ ଦଳ ତୋରା କଲେଜ କୁ ଟ୍ରଫି ପ୍ରଦାନ କରିଥିଲେ। ସମ୍ବଲପୁର ବିଶ୍ୱବିଦ୍ୟାଳୟ ର କ୍ରିଡ଼ା ବିଭାଗ କର୍ମକର୍ତ୍ତା ଓ ଲରମ୍ଭା କଲେଜ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































