ବାତ୍ୟା ଜୱ।ଦ ମୁକାବିଲା ପାଇଁ ଖୋଲିଲା କଣ୍ଟ୍ରୋଲ ରୁମ, ଜିରେ। କାଜୁଆଲଟି ଉପରେ ପ୍ରଶାସନର ଗୁରୁତ୍ଵ
ଫୁଲବାଣୀ-୪/୧୨ (ସୁନୀଲ ପଟନାୟକ)
ବାତ୍ୟା ଜୱ ୲ଦ ପ୍ରଭାବରେ ଗତକାଲି ଶୁକ୍ରବାର ରାତିରୁ ଫୁଲବାଣୀ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ମେଘପାଗ ସହ ଝିପଝିପ ବର୍ଷା ଲାଗି ରହିଛି । ତା ସାଙ୍ଗକୁ କୋହଲା ପବନ ବି 6ବ।ହୁଛି । ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଜିଲ୍ଲା ଓ ବ୍ଳକ ସ୍ତରରେ କଣ୍ଟ୍ରୋଲ ରୁମ ଖୋଲାଯାଇ ସତର୍କ ଦୃଷ୍ଟି ରଖିଛି ପ୍ରଶାସନ ।
ଜି6ରା କାଜୁଆଲ ଟି ଉପରେ ନଜର ଦିଆଯାଇଛି । ସମସ୍ତ ସରକାରୀ ଅଫିସରଙ୍କ ଛୁଟି ବାତିଲ କରାଯାଇଛି । ସମସ୍ତ ବିଡିଓ। ତହସିଲଦାର, ଆରଆଇଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନେ ପଞ୍ଚାୟତରେ ରହି ବାତ୍ୟା ଉପରେ ସତର୍କ ନଜର ରଖିବା କଥା ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ କହିଛନ୍ତି । ତେବେ କନ୍ଧମାଳ ଜିଲ୍ଲାକୁ ପାଣି ପାଗ ବିଭାଗ ଅରେଞ ୱ ୲ଣି ଜାରୀ କରିଛି
। ବର୍ଷା ବି ହେଉଛି । ଯଦିଓ ବାତ୍ୟାର ପ୍ରଭାବ ଜିଲ୍ଲାରେ ଏତଟା ନ ପଡିଲେ ମଧ୍ୟ ବର୍ଷା ଯୋଗୁ ଚାଷୀମାନେ ଛାନିଆରେ ଅଛନ୍ତି । ବର୍ଷା ହେଲେ ଅମଳ ପୂର୍ବରୁ ଜମିରେ ଥିବା ଧାନ ଓ ଅଣଧାନ ଫସଲ ନଷ୍ଟ ହେବାର ସମ୍ଭାବନା ଅଧିକ ବୋଲି ଅରା ପାଜୁ ଚାଷୀ ଶ୍ରୀପତି କହର କହିଛନ୍ତି । ଗତ ମେ ମାସରେ ହେଲା ୟସବାତ୍ୟା, ତା ପରେ ବନ୍ୟା ଆସିଲା, ଆଉ ଶେଷରେ କମ ପରିମାଣର ବର୍ଷ ।। ଫଳରେ ଜିଲ୍ଲାରେ ଧାନଚାଷ କମାଇ ଦିଆଯାଇଥିଲା ଅଣଧାନ ଉପରେ ଗୁରୁତ୍ଵ ଦେଇଥିଲା ପ୍ରଶାସନ। ଏବେ ଅମଳବେଳକୁ ବାତ୍ୟା ଆସୁଥିବ। ଛାନିଆରେ କିଛିଧାନ କାଟିଥିବାବେଳେ ଆଉ ପାଳିଲାଧାନ ସବୁ ବିଲରେ ପଡିଛି । ଯାହାକୁ ନେଇ ଅନେକ ଚାଷୀ ଚିନ୍ତାରେ ପଡିଛନ୍ତି ।
.
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































