ନରସିଂହପୁରରେ ଗଣମାଧ୍ୟମକୁ ପ୍ରଶାସନର ଅଣଦେଖା ଅଭିଯୋଗ
ନରସିଂହପୁର/ବଡମ୍ବା(ଉଲାପ୍ର) ଗଣତନ୍ତ୍ର ରେ ଗଣମାଧ୍ୟମ ଚତୁର୍ଥ ସ୍ତମ୍ଭ ଭାବରେ ନିଜର କାର୍ଯ୍ୟ ନିର୍ବାହ କରୁଥିବା ସମୟରେ ପ୍ରଶାସନିକ ଅଧିକାରୀମାନେ ଦଳୀୟ ଗତ ଭାବନା ରେ ଅନ୍ଧ ହୋଇ ରାଜ୍ୟର ପ୍ରମୁଖ ଗଣମାଧ୍ୟମ କୁ ବେଖାତିର କରୁଥିବା ଅଭିଯୋଗ ଆସିଛି କଟକ ଜିଲ୍ଲା ବଡ଼ମ୍ବା ନରସିଂହପୁର ନିର୍ବାଚନ ମଣ୍ଡଳୀ ରୁ। ଆଜି ନରସିଂହପୁର ପର୍ଯ୍ୟଟନ ବାଖ୍ୟାନ କେନ୍ଦ୍ର ଠାରେ ପ୍ରାକୃତିକ ବିପର୍ଯ୍ୟୟ ର ଏକ ଜରୁରୀ କାଳୀନ ବୈଠକରେ ବିଧାୟକ ଓ ନରସିଂହପୁର ତହସିଲଦାର, ଆଲୋକ ଦେହୁରୀ, ବିଡ଼ିଓ ପ୍ରଦୀପ କୁମାର ସାହୁ କିଛି ନିର୍ଦ୍ଧିଷ୍ଟ ଗଣମାଧ୍ୟମ କୁ ଡାକି ପ୍ରାକୃତିକ ବିପର୍ଯ୍ୟୟ ର ସଚେତନତା ବୈଠକ କରିଛନ୍ତି। ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ନରସିଂହପୁର ରେ କାର୍ଯ୍ୟରତ ପ୍ରମୁଖ ଆଗଧାଡ଼ିର ସାମ୍ବାଦିକମାନେ।
ନରସିଂହପୁରରେ ପ୍ରଶାସନର ବିଭିନ୍ନ ବିଭାଗ ପକ୍ଷରୁ ପ୍ରମୂଖ ଗଣମାଧ୍ୟମକୁ ଅଣଦେଖା କରାଯାଉଥିବା ସାମ୍ବାଦିକମାନେ ଅଭିଯୋଗ କରିବା ସହ ଏ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଶେଷ କରି, ବ୍ଲକ ଉର୍ଣ୍ଣୟନ ଅଧିକାରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରାକୃତିକ ଦୁର୍ବିପାକ ପ୍ରସ୍ତୁତି ବୈଠକ, ଦୁର୍ବିପାକ ସମୟରେ ନିଆଯାଉଥିବା ପଦକ୍ଷେପ ସହ ବିଗତ ଦିନରେ କୋଭିଡ୍ ପରିଚାଳନା ସମ୍ପର୍କିତ ତଥ୍ୟ, ଆଇନସେବା ଶିବିର, ଉଦ୍ୟାନ ଓ କୃଷି ସମ୍ପର୍କିତ ତଥ୍ୟ ପ୍ରଦାନରେ ଅଧିକାଂଶ ମୁଖ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ କରାଯାଇଛି। ଶନିବାରର ଗୁରୁତ୍ବପୂର୍ଣ୍ଣ ବାତ୍ୟା ସମ୍ପର୍କିତ ପ୍ରସ୍ତୁତି ବୈଠକ ସମ୍ପର୍କରେ ମଧ୍ୟ ବହୁ ଗଣମାଧ୍ୟମ ପ୍ରତିନିଧି ସୂଚନା ପାଇ ନ ଥିଲେ। ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ପାଖରେ ବି’ ଉକ୍ତ ବୈଠକ ସମ୍ପର୍କିତ ତଥ୍ୟ ନ ଥିବା ଵିଶେଷ ସୁତ୍ରରୁ ଜଣାଯାଇଛି। ଏହାଦ୍ବାରା ନରସିଂହପୁର ପ୍ରଶାସନ ଓ ଗଣମାଧ୍ୟମ ମଧ୍ୟରେ ଥିବା ସୁସ୍ଥ ପରମ୍ପରାରେ ଗୁରୁତରେ ବ୍ୟାଘାତ ସୃଷ୍ଟି ହେବ ବୋଲି ମତପ୍ରକାଶ ପାଇଛି। ଏ ସମ୍ପର୍କରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ ଓ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ଅବଗତ କରାଯିବା ପାଇଁ ବହୁ ସାମ୍ବାଦିକ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।ତେବେ ଆଗକୁ ଆସୁଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପର୍ବରୁ ଯଦି ପ୍ରଶାସନିକ ଅଧିକାରୀମାନେ ନିଜକୁ ନ ସଜାଡନ୍ତି ଏବଂ ଗଣ ମାଧ୍ୟମ କୁ ଅଣଦେଖା କରନ୍ତି ତେବେ ସାରା ନିର୍ବାଚନ ମଣ୍ଡଳୀ ରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ଆଗରେ ଆଠଗଡ ସବ ଡିଭିଜନ ସାମ୍ବାଦିକ ସଙ୍ଘ ଓ କଟକ ଜିଲା ସାମ୍ବାଦିକ ସଙ୍ଘ ପକ୍ଷରୁ ବିକ୍ଷୋଭ କୁ ଜୋରଦାର କରାଯିବ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































