ପୀକକ ଓ ସାହାରା ସଂଗଠନ ର ମିଳିତ ସହଯୋଗ ରେ ପୋକସୋ ଓ ଜୁଭେ ନାଇଲ ଜଷ୍ଟିସ କର୍ମଶାଳା
ଫୁଲବାଣୀ (ସୁନୀଲ ପଟନାୟକ )
ରାଜ୍ୟର ଏକ ଅଗ୍ରଣୀ ସଂଗ ଠନ ପିକକ ଓ ସାହାରା ଏନଜିଓ ସହଯୋଗ ରେ ଶିଶୁ ଯୌନ ନିର୍ଯାତନା , ପୋକସୋ ଓ ଜୁଭେନାଇଲ ଜଷ୍ଟିସ ସମ୍ପର୍କିତ କର୍ମଶାଳା ଫୁଲବାଣୀ ଆଇ ଟି ଡ଼ି ଏ କନଫରେନ୍ସ ହଲ ରେ ଅନୁଷ୍ଠିତ ହୋଇଥିଲା l
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପି.ଏ. ଆଇ ଟି ଡ଼ି ଏ ବୀରେନ୍ଦ୍ର ଦାସ ଯୋଗ ଦେଇ ଜନ ସଚେତନତାଅଭାବରୁ କନ୍ଧମାଳ ଜିଲ୍ଲାର ଗ୍ରାମାଞ୍ଚଳରେ ଶିଶୁ ମାନଙ୍କଉପରେ ଯୌନ ନିର୍ଯାତନାବୃଦ୍ଧି ପାଉଥିବାରୁ ଏହା ବିରୁଧରେ ସ୍ୱର ଉତ୍ତୋଳନ ହେବା ଆବଶ୍ୟକ!ବିଶେଷ କରି 12ବର୍ଷ ମଧ୍ୟରେ ଅନେକ ଝିଅ ଯୌନ ନିର୍ଯାତନା ର ଶିକାର ହେଉଛନ୍ତି ବୋଲି କହିଥିଲେ!
ପୋକସୋ ଆଇନ ଓ
ଜ୍ଜୁଭେନାଇଲ ଆଇନରେ ଦୋଷୀଙ୍କୁ ଆଖି ଦୃଶିଆ ଦଣ୍ଡବିଧାନ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ!ଅନ୍ୟମାନଂକ ମଧ୍ୟରେ ସି ଡବ୍ଲ୍ୟୁ ସି ର ଅଧକ୍ଷ ଅଶୋକ କୁମାର ବେହେରା ଆଲୋଚନା ରେ ଅଂଶ ଗ୍ରହଣ କରି କହିଲେ ଗ୍ରାମାଞ୍ଚଳରେ ବହୁ ଅବହେଳିତ ଶିଶୁ ଅଛନ୍ତି ସେସବୁ ଅଂଚଳରେ ଶିଶୁର ମାତାପିତା, ବ୍ଲକ, ପଞ୍ଚୟତଓ ଶିକ୍ଷା ଅନୁଷ୍ଠାନ ର କର୍ମକର୍ତ୍ତା, ସରପଞ୍ଚ, ବି ଡ଼ି ଓ, ତହସିଲଦାର, ପ୍ରଧାନ ଶିକ୍ଷକ ସ୍ବେଛାସେବୀ ପ୍ରମୁଖ ଯୋଗ ଦେଇ ଶିଶୁ ନିର୍ଯ୍ୟାତନା ରୋକିବା ଦିଗରେ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି କହିଥିଲେ l
ଅନ୍ୟମାନଙ୍କ ମଧ୍ୟ ରେ ଆଇନଯିବି ବିଜୟ ପଟନାୟକ, ପ୍ରେସ କ୍ଳବ ସମ୍ପାଦକ ପ୍ରଶାନ୍ତ ବେହେରା, ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନ, ବନବାସୀ ସେବା ସମିତି ସହସଂପାଦକ ରବୀନ୍ଦ୍ର ପଣ୍ଡା,ବରିଷ୍ଠ ସାମ୍ବାଦିକ ସନ୍ତୋଷ ଡିଗାଲ ପ୍ରମୁଖ ଯୋଗ ଦେଇ ଶିଶୁ ସୁରକ୍ଷା ଆଇନ କୁ କଡାକଡି ଭାବେ ପାଳନ କରିବାକୁ ମତ ଦେଇଥିଲେ l
ସାହାରା ସମ୍ପାଦକ ସୁକାନ୍ତ ନାୟକ ସଭାପତିତ୍ବ କରିଥିଲେ l
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































