ନବନିର୍ମାଣ କୃଷକ ସଙ୍ଗଠନ ର ଧାନ, କ୍ଷୀର ଏବଂ ଭର୍ତା ବୃଦ୍ଧି ପାଇଁ ସମାବେଶ
ଢେଙ୍କାନାଳ(ଉଲାପ୍ର)ଢେ଼ଙ୍କାନାଳ ଜିଲ୍ଲା ଓଡ଼ାପଡା ବ୍ଲକ ଅନ୍ତର୍ଗତ ସାଇଁବିରି ଗ୍ରାମ ଶିବମନ୍ଦିର ପ୍ରାଙ୍ଗଣରେ ନବନିର୍ମାଣ କୃଷକ ସଙ୍ଗଠନ ର ଚାଷୀ ସମାବେଶ ହୋଇଥିଲା ।ଜିଲ୍ଲା ସଂଯୋଜକ ପ୍ରହଲାଦ ସାହୂ ଏହାର ନେତୃତ୍ୱ ନେଇଥିଲେ । ମୁଖ୍ୟଅତିଥି ଭାବେ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କେନ୍ଦ୍ର ଓ ରାଜ୍ୟସରକାରଙ୍କ କୃଷି ମାରଣାନୀତି ଉପରେ ବକ୍ତବ୍ୟ ରଖିଥିଲେ । ଏହା ସହିତ ଜଣେ ଚାଷୀ ଜୀବନ ସାରା କାମ କରି ଦିନକୁ ୧୭ ଟଙ୍କା ବାର୍ଦ୍ଧକ୍ୟ ଭର୍ତା ପାଉଛି କିନ୍ତୁ ଜଣେ ଉଚ୍ଚ ପଦସ୍ଥ ଅଧିକାରି ଅଶା ଠାରୁ ଅଧିକ ଭର୍ତା ପାଉଛି ଏହା ମଧ୍ୟ କହିଥିଲେ ଆମର ପଡୋଶୀ ରାଜ୍ୟ ଆନ୍ଧ୍ର, ତେଲେଙ୍ଗାନା, ପଶ୍ଚିମବଙ୍ଗ ୧୦୦୦ ଟଙ୍କା ରୁ ୨୨୫୦ଟଙ୍କା ପାଉଥିବା ବେଳେ ଓଡ଼ିଶା ରେ ବାର୍ଧ୍ୟକ୍ୟ ଭର୍ତା ୫୦୦ ଟଙ୍କା ପାଉଛନ୍ତି । ଧାନ କୁଇଣ୍ଟାଲ ମୂଲ୍ୟ ୩୦୦୦,କ୍ଷୀର ଲିଟର ୫୦ଟଙ୍କା ଏବଂ ବାର୍ଧ୍ୟକ ଭର୍ତା ୧୫୦୦ ଟଙ୍କା ଦବାକୁ ସଭାରେ ନିଷ୍ପତି ହୋଇଛି। ସରକାର ଯଦି ଏହି ଦାବି କୁ ନ ମାନିଲେ ଆଗାମୀ ପଞ୍ଚାୟତ ନିଵାର୍ଚନ ରେ ଏହାର ଉଚିତ ଜବାବ ଦେବେ ।ଏହି ସଭାରେ ପୂର୍ବତନ ବିଧାୟକ ପାର୍ଥିନି ରେବତୀ ବେହେରା ,ସୁଧାକର ପରିଡା , ପ୍ରେମଲତା ରାଉତ ,ଗଙ୍ଗାଧର ରାଉତ ଆଦି ଉପସ୍ଥିତ ଥିଲେ
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































